ଆଇପିଏଲ ମିନି ଅକ୍ସନ ୨୦୨୩ LIVE: ଶେଷ ହେଲା ନିଲାମୀ; ସବୁଠୁ ଦାମୀ କ୍ରୟ ସାମ୍ କରନ୍, ମହଙ୍ଗା ଭାରତୀୟ ଭାବେ ବିକ୍ରି ହେଲେ ମୟଙ୍କ
ଆଇପିଏଲ 2023 ପାଇଁ ମିନି ଅକ୍ସନ 23 ଡିସେମ୍ବର 2022 (ଶୁକ୍ରବାର) କେରଳର କୋଚିଠାରେ ଅନୁଷ୍ଠିତ ହେବ । ଏଥିରେ 405 ଖେଳାଳି 87 ସ୍ଲଟ୍ ପାଇଁ ଭାଗ୍ୟ ପରୀକ୍ଷା କରିବେ । 10 ଟି ଦଳ ମଧ୍ୟରେ ସର୍ବୋତ୍ତମ ଖେଳାଳି ବାଛିବା ପାଇଁ ହେବ ବିଡ ଯୁଦ୍ଧ । ତେବେ ଆଇପିଏଲ ମିନି ଅକ୍
IPL Auction 2023 Live Updates in Odia: ଆଇପିଏଲ 2023 ପାଇଁ ମିନି ଅକ୍ସନ 23 ଡିସେମ୍ବର 2022 ଆଜି (ଶୁକ୍ରବାର) କେରଳର କୋଚିଠାରେ ଶେଷ ହୋଇଛି । ଶେଷ ପର୍ଯ୍ୟନ୍ତ ଆଇପିଏଲ ମିନି ଅକ୍ସନରେ ସବୁଠୁ ବଡ କ୍ରୟ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ୍ । ଅଷ୍ଟ୍ରେଲିଆରେ 2022 ଟି-20 ବିଶ୍ୱକପରେ ପ୍ଲେୟାର ଅଫ୍ ଦି ସିରିଜ୍ ଥିବା 24 ବର୍ଷୀୟ କରନଙ୍କୁ ପଞ୍ଜାବ କିଙ୍ଗ୍ସ 18.5 କୋଟି ଟଙ୍କାରେ କିଣିଛି । କରନ୍ ବର୍ତ୍ତମାନ ଆଇପିଏଲ୍ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା କ୍ରୟ । ତାଙ୍କ ପରକୁ ରହିଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ । ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 17.5 କୋଟି ଟଙ୍କାରେ କିଣିଛି । ତାଙ୍କ ପରକୁ ରହିଛନ୍ତି ବେନ୍ ଷ୍ଟୋକ୍ସ । ଯାହାଙ୍କୁ ସିଏସକେ (CSK) 16.25 କୋଟି ଟଙ୍କାରେ କିଣିଛି । ତେବେ ଆଇପିଏଲ ମିନି ଅକ୍ସନର ଲାଇଭ୍ ଆକ୍ସନ ପାଇଁ "ୱାନ ଇଣ୍ଡିଆ ଓଡିଆ" ସହ ଯୋଡି ହୋଇ ରହିଥାନ୍ତୁ । ମେଗା ନିଲାମୀର ଆମେ ଦେବୁ ଆପଣଙ୍କୁ ଟିକିନିକି ଅପଡେଟ୍....
ଆଇପିଏଲ ଅକ୍ସନର ଟପ୍-5 ମହଙ୍ଗା ଖେଳାଳି
ଆଇପିଏଲ ଅକ୍ସନର ଟପ୍-5 ମହଙ୍ଗା ଖେଳାଳି: ନାହାନ୍ତି ଜଣେ ବି ଭାରତୀୟ, ଦୁଇ ନୂଆ ମୁହଁ ଖେଳିବେ ପ୍ରଥମ ସିଜନ୍
ଏବେ ଟପ୍-5 କ୍ରୟ
ତେବେ ଶେଷ ପର୍ଯ୍ୟନ୍ତ ଆଇପିଏଲ ମିନି ଅକ୍ସନରେ ସବୁଠୁ ବଡ କ୍ରୟ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ୍ । ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-20 ବିଶ୍ୱକପରେ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିବା 24 ବର୍ଷୀୟ କରନଙ୍କୁ ପଞ୍ଜାବ କିଙ୍ଗ୍ସ 18.5 କୋଟି ଟଙ୍କାରେ କିଣିଛି । କରନ୍ ବର୍ତ୍ତମାନ ଆଇପିଏଲ୍ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା କ୍ରୟ । ତାଙ୍କ ପରକୁ ରହିଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ । ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 17.5 କୋଟି ଟଙ୍କାରେ କିଣିଛି । ତାଙ୍କ ପରକୁ ରହିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ଯାହାଙ୍କୁ ସିଏସକେ (CSK) 16.25 କୋଟି ଟଙ୍କାରେ କିଣିଛି । ସେହପରି ଚତୁର୍ଥ ସ୍ଥାନରେ ରହିଛନ୍ତି କାରବିଆନ ୱିକେଟ କିପର ବ୍ୟାଟ୍ସମ୍ୟାନ ନିକୋଲାସ୍ ପୁରଣ । ଯାହାଙ୍କୁ ଲକ୍ଷ୍ନୌ ସୁରପର ଜିଆନଣ୍ଟ୍ସ 16 କୋଟି ଟଙ୍କାରେ କିଣିଛି । ସେହିପରି ହ୍ୟାରି ବ୍ରକୁଙ୍କୁ 13.25 କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।
ଏବେ କାହା ପାଖରେ କେତେ ବାକି ଅଛି ?
ଏବେ ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସ ଦଳରେ ତିନୋଟି ସ୍ଲଟ୍ ଉପଲବ୍ଧ ଏବଂ 12.2 କୋଟି ଟଙ୍କା ପର୍ସ ଉପଲବ୍ଧ ରହିଛି । କୋଲକତା ନାଇଟ୍ ରାଇଡର୍ସ ପାଖରେ ଚାରୋଟି ସ୍ଲଟ୍ ଉପଲବ୍ଧ ଅଛି । ଯାହା ପର୍ସରେ 3.15 କୋଟି ଟଙ୍କା ବାକି ଅଛି । ତେବେ ଗୋଟିଏ ସ୍ଲଟ କିଣିବା ପାଇଁ ରାଜସ୍ଥାନ ରୟାଲ୍ସର ପର୍ସରେ 4.35 କୋଟି ଟଙ୍କା ରଖିଛି ।
READ MORE















Click it and Unblock the Notifications