Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ଅକ୍ସନ: ବିକ୍ରି ହେଲେ 80 ଖେଳାଳି, ଖର୍ଚ୍ଚ ହେଲା ମୋଟ୍ 167 କୋଟି

ଆଇପିଏଲ 2023 ପାଇଁ ମିନି ଅକ୍ସନ 23 ଡିସେମ୍ବର 2022 ଆଜି (ଶୁକ୍ରବାର) କେରଳର କୋଚିଠାରେ ଶେଷ ହୋଇଛି । ଆଗାମୀ ଆଇପିଏଲ ସିଜିନ ପାଇଁ ଶେଷ ହୋଇଥିବା ଏହି ନିଲାମୀ ପ୍ରକ୍ରିୟାରେ ମୋଟ୍ 80 ଜଣ ଖେଳାଳି ବିକ୍ରି ହୋଇଛନ୍ତି ।

IPL Auction 2023 Highlights in Odia: ଆଇପିଏଲ 2023 ପାଇଁ ମିନି ଅକ୍ସନ 23 ଡିସେମ୍ବର 2022 ଆଜି (ଶୁକ୍ରବାର) କେରଳର କୋଚିଠାରେ ଶେଷ ହୋଇଛି । ଆଗାମୀ ଆଇପିଏଲ ସିଜିନ ପାଇଁ ଶେଷ ହୋଇଥିବା ଏହି ନିଲାମୀ ପ୍ରକ୍ରିୟାରେ ମୋଟ୍ 80 ଜଣ ଖେଳାଳି ବିକ୍ରି ହୋଇଛନ୍ତି । ଯେଉଁଥିରେ ସାମିଲ ଅଛନ୍ତି 29 ଜଣ ବିଦେଶୀ ଖେଳାଳି ଏବଂ 51 ଜଣ ଭାରତୀୟ ଖେଳାଳି । ତେବେ ଏହି 80 ଖେଳାଳିଙ୍କୁ କିଣିବା ପାଇଁ ଆଇପିଏଲ ଦଳମାନେ ମୋଟ୍ 167 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

IPL Auction 2023 Highlights in Odia

ତେବେ ଚଳିତ ଅକ୍ସନରେ ସମସ୍ତଙ୍କୁ ଚକିତ କରି ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା କ୍ରୟ କରିଛି ପଞ୍ଜାବ କିଙ୍ଗ୍ସ । ପଞ୍ଜାବୀ ଦଳର ମିନି ଅକ୍ସନରେ ସବୁଠୁ ବଡ କ୍ରୟ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ସାମ କୁରନ୍ । ଯାହା କି ଆଇପିଏଲ ଅକ୍ସନ ଇତିହାସ ତଥା ଏପର୍ଯ୍ୟନ୍ତ ସବୁଠାରୁ ବଡ ବିକ୍ରି । କାରଣ 2021 ମସିହାରେ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ ଆଇପିଏଲ ନିଲାମର ସବୁଠାରୁ ବଡ କ୍ରୟ ହୋଇଥିଲେ । ଯେତେବେଳେ ତାଙ୍କୁ ରାଜସ୍ଥାନ ରୟାଲ୍ସ 16.25 କୋଟିରେ କିଣିଥିଲା ।

IPL Auction 2023 Highlights in Odia

ତେବେ ନୂତନ ରେକର୍ଡ ସୃଷ୍ଟି କରି ସାମ୍ କରନ୍ ବର୍ତ୍ତମାନ ଆଇପିଏଲ୍ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା କ୍ରୟ ହୋଇଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଖେଳାଯାଇଥିବା 2022 ଟି-20 ବିଶ୍ୱକପରେ ପ୍ଲେୟାର ଅଫ୍ ଦି ସିରିଜ୍ ଥିବା 24 ବର୍ଷୀୟ କରନ୍ ଙ୍କୁ ପଞ୍ଜାବ କିଙ୍ଗ୍ସ 18.5 କୋଟି ଟଙ୍କାରେ କିଣିଛି ।

ତେବେ କରନ୍ ଙ୍କ ପରକୁ ମହଙ୍ଗା କ୍ରୟ ରହିଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ । ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 17.5 କୋଟି ଟଙ୍କାରେ କିଣିଛି । ତାଙ୍କ ପରକୁ ରହିଛନ୍ତି ଇଂଲଣ୍ଡର ସଫଳ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ଯାହାଙ୍କୁ ସିଏସକେ (CSK) 16.25 କୋଟି ଟଙ୍କାରେ କିଣିଛି ।

IPL Auction 2023 Highlights in Odia

ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି କାରବିଆନ ୱିକେଟ କିପର ବ୍ୟାଟ୍ସମ୍ୟାନ ନିକୋଲାସ୍ ପୁରଣ । ଯାହାଙ୍କୁ ଲକ୍ଷ୍ନୌ ସୁରପର ଜିଆନଣ୍ଟ୍ସ 16 କୋଟି ଟଙ୍କାରେ କିଣିଛି । ସେହିପରି ହ୍ୟାରି ବ୍ରକୁଙ୍କୁ 13.25 କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।

ତେବେ ଯଦି ଭାରତୀୟ ଖେଳାଳିଙ୍କ କଥା କହିବା, ଏହି ମିନି ଅକ୍ସନରେ ଭାରତୀୟ ଖେଳାଳି ଭାବେ ସବୁଠାରୁ ମହଙ୍ଗା ବିକ୍ରି ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ଯାହାଙ୍କୁ ସନରାଇଜର୍ସ ହାଇଦ୍ରାବାଦ 8.25 କୋଟି ଟଙ୍କାରେ କିଣିଛି । ପୂର୍ବରୁ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଥିବା ମୟଙ୍କ ଆଇପିଏଲ ଦରମ 14 କୋଟି ଟଙ୍କା ଥିଲା । ମାତ୍ର ଚଲିତ ସିଜିନ ପାଇଁ ପଞ୍ଜାବ ମୟଙ୍କଙ୍କୁ ମୁକ୍ତ କରିଥିଲା ।

ସେହିପରି ପରି ମୟଙ୍କ ଅଗ୍ରୱାଲଙ୍କ ପରେ ଦ୍ବିତୀୟ ମହଙ୍ଗା ଭାରତୀୟ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଶିବମ୍ ମାଭି । ଲଗାତାର ଦ୍ବିତୀୟ ଥର ପାଇଁ ମାଭି ଏତେ ମହଙ୍ଗା ବିକ୍ରି ହୋଇଛନ୍ତି । ତାଙ୍କୁ ତାଙ୍କୁ 6 କୋଟି ଟଙ୍କାରେ କିଣିଛି ଗୁଜୁରାଟ୍ ଟାଇଟନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+