ଆଇପିଏଲ୍ ନିଲାମ 2022 : ଏହି ଦଳ ପାଇଁ ଖେଳିବେ ଗବ୍ବର, ଜାଣନ୍ତୁ କେତେ ଟଙ୍କାରେ କିଣିଲା କେଉଁ ଦଳ
ଏଥର ଧାୱନଙ୍କ ପ୍ରଶଂସକ ତାଙ୍କୁ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ପାଇବେ । ଧାୱନଙ୍କୁ ପଞ୍ଜାବ କିଙ୍ଗ୍ସ 8 କୋଟି 25 ଲକ୍ଷ ଟଙ୍କାରେ କିଣିଛି ।
ନୂଆଦିଲ୍ଲୀ : ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ଶିଖର ଧାଓ୍ୱନଙ୍କ ପାଇଁ ଆଇପିଏଲ 2022 ନିଲାମରେ କୋଟି କୋଟି ଟଙ୍କା ବିଡିଂରେ ଯାଇଛନ୍ତି । ଏଥର ଧାୱନଙ୍କ ପ୍ରଶଂସକ ତାଙ୍କୁ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ପାଇବେ । ଧାୱନଙ୍କୁ ପଞ୍ଜାବ କିଙ୍ଗ୍ସ 8 କୋଟି 25 ଲକ୍ଷ ଟଙ୍କାରେ କିଣିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଧାୱନଙ୍କୁ କିଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ଶେଷରେ ପଞ୍ଜାବ କିଙ୍ଗ୍ସ ତାଙ୍କ ଉପରେ ଏକ ବଡ ବାଜି ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଧାୱନଙ୍କ ମୂଳ ମୂଲ୍ୟ 2 କୋଟି ଥିଲା, କିନ୍ତୁ ପଞ୍ଜାବ ତାଙ୍କ ଉପରେ 8 କୋଟିରୁ ଅଧିକ ଖର୍ଚ୍ଚ କରିଛି । ଆରମ୍ଭରେ, ରାଜସ୍ଥାନ ମଧ୍ୟ ଧାୱନ୍ ଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲା । ରାଜସ୍ଥାନ 4 କୋଟି 80 ଲକ୍ଷ ପର୍ଯ୍ୟନ୍ତ ବିଡ୍ କରିଥିଲା, କିନ୍ତୁ ପରେ ପଛକୁ ହଟିଯାଇଥଇଲା ।
ଏହା ପରେ ଦିଲ୍ଲୀ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଦେଖାଦେଇଥିଲା ବାଜି । ଦିଲ୍ଲୀ ଧାୱନଙ୍କୁ 8 କୋଟି ପର୍ଯ୍ୟନ୍ତ ବିଡ୍ କରିଥିଲା, କିନ୍ତୁ ପଞ୍ଜାବ କିଙ୍ଗ୍ସ ଏପର୍ଯ୍ୟନ୍ତ ହାର ମାନି ନଥିଲା ଏବଂ ଧୱନଙ୍କୁ ଅଧିକ ଟଙ୍କାର ବିଡ୍ ଲଗାଇ ନିଦ ଦଳ ନାମରେ କରିଥଲା । ସେ ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ 16 ଟି ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ 3 ଟି ଅର୍ଧଶତକ ସହ 587 ରନ୍ ସ୍କୋର କରିଥିଲେ । ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା 192 ଟି ମ୍ୟାଚରେ 5784 ରନ୍ ସଂଗ୍ରହ କରିଛନ୍ତି ।












Click it and Unblock the Notifications