Get Updates
Get notified of breaking news, exclusive insights, and must-see stories!

IP Auction 2022 : ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ୱିକେଟକିପର ଇଶାନ କିଷନ, ଏତିକି ଟଙ୍କାରେ କିଣିଲା କିଣିଲା ମୁମ୍ବାଇ

ଆଇପିଏଲ ନିଲାମ 2022 ରେ, ଭାରତର ଯୁବ ଖେଳାଳି ଇଶାନ କିଶାନଙ୍କ ଜଲୱା ଦେଖିବାକୁ ମିଳିଛି । ଆଇପିଏଲ ଇତିହାସରେ ଇଶାନ କିଶନ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ।

ନୂଆଦିଲ୍ଲୀ : ଆଇପିଏଲ ନିଲାମ 2022 ରେ, ଭାରତର ଯୁବ ଖେଳାଳି ଇଶାନ କିଶାନଙ୍କ ଜଲୱା ଦେଖିବାକୁ ମିଳିଛି । ଆଇପିଏଲ ଇତିହାସରେ ଇଶାନ କିଶନ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି । ବାସ୍ତବରେ, ନିଲାମ ସମୟରେ ଇଶାନ କିଶନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 15.25 କୋଟିରେ କିଣିଛି । ଇଶାନଙ୍କ ବିଡ୍ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ପରିଶେଷରେ ମୁମ୍ବାଇ ଏହି ଖେଳାଳିଙ୍କୁ ବିପୁଳ ଟଙ୍କାରେ କିଣିଲା ।

Ishan Kishan

2015 ରେ 16 କୋଟିରେ ବିକ୍ରି ହୋଇଥିଲେ ଯୁବରାଜ ସିଂହ

ଆମେ ଆପଣଙ୍କୁ କହିରଖୁଛୁ ଯେ ଇଶାନ କିଶନଙ୍କ ପୂର୍ବରୁ ଯୁବରାଜ ସିଂହ ହେଉଛନ୍ତି ଆଇପିଏଲର ପ୍ରଥମ ଦାମୀ ଭାରତୀୟ ଖେଳାଳି, ଯିଏକି 2015 ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ 16 କୋଟି ଟଙ୍କାରେ କିଣିଥିଲା । ଏହାର ଏକ ବର୍ଷ ପରେ ଯୁବରାଜ ସିଂଙ୍କୁ 14 କୋଟିରେ ଆରସିବି କିଣିଥିଲା । ଅବଶ୍ୟ, ଯୁବରାଜ ଆଶା ପୂରଣ କରିନଥିଲେ ଏବଂ 19.07 ହାରାହାରି ରେ ମାତ୍ର 248 ରନ୍ ସ୍କୋର କରିଥିଲେ । ଯୁବରାଜଙ୍କ ଏହି ପ୍ରଦର୍ଶନ ପରେ, ତାଙ୍କର ମୂଲ୍ୟ ହ୍ରାସ ପାଇଲା ଏବଂ 2017 ରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ 7 କୋଟି ଟଙ୍କାରେ କିଣିଥିଲା ।

ଦେଖନ୍ତୁ, ଆଇପିଏଲ ମେଗା ଅକ୍ସନର ଲାଇଭ୍ ଅକ୍ସନ https://bit.ly/3BetFg6

ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

ଆପଣଙ୍କୁ କହି ରଖୁଛୁ ଯେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳିରେ ପ୍ରଥମ ନାମ ହେଉଛି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ । ଗତ ବର୍ଷ ରାଜସ୍ଥାନ ରୟାଲ୍ସ କ୍ରିସ୍ ମୋରିସ୍ ଙ୍କୁ 16.25 କୋଟିରେ କିଣିଥିଲେ । ଯୁବରାଜ ସିଂଙ୍କ ନାମ ଦୁଇ ନମ୍ବରରେ ଅଛି । ତିନି ନମ୍ବରରେ ପାଟ୍ କମିନ୍ସଙ୍କ ନାମ ଅଛି, ଯିଏକି 2020 ରେ କୋଲକାତା ନାଇଟ୍ ରାଇଡର୍ସ କିଣିଥିଲା । କାଇଲି ଜୈମିସନ୍ ଙ୍କ ନାମ ରହିଛି ଚତୁର୍ଥ ନମ୍ବରରେ, ଯିଏକି 2021 ମସିହାରେ RCB ଦ୍ୱାରା 15 କୋଟିରେ କିଣା ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+