IPL 2024: ଆଜି ଡବଲ ହେଡର, ମୁହାଁମୁହିଁ ହେବେ ଏହି ସବୁ ଦଳ
IPL 2024: 17 ତମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 ସିଜନର ପ୍ରଥମ ଡବଲ୍ ହେଡର୍ ଆଜି ଖେଳାଯିବ । ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ହେବ । ଶନିବାର ଦିନ ଦିନର ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ସହ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଅପରାହ୍ନ 3:30 ବେଳେ ଖେଳାଯିବ । ଏହା ସହ ଦ୍ୱିତୀୟ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ସନ୍ଧ୍ୟା 7.30 ରେ ଖେଳାଯିବ ।

ସାମ୍ନାସାମ୍ନି ହେବେ ଦିଲ୍ଲୀ ଓ ପଞ୍ଜାବ
ପଞ୍ଜାବ କିଙ୍ଗସ୍ ଆଇପିଏଲ୍ 2024 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସଂଘର୍ଷର ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଆଇପିଏଲ୍ 2024 ର ଦ୍ୱିତୀୟ ମ୍ୟାଚ୍ ରେ ଖେଳିବେ ଏହି ଦୁଇ ଦଳ । ଶନିବାର ଅପରାହ୍ନ 3:00 ରେ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ମୁଲ୍ଲାନପୁର, ଚଣ୍ଡିଗଡ଼ରେ ଖେଳାଯିବ । ଶିଖର ଧାୱନ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି । ସେହିପରି ଋଷଭ ପନ୍ତ ଦିଲ୍ଲୀର ଦାୟିତ୍ୱ ନେବେ ।
ଦ୍ୱିତୀୟ ମ୍ୟାଚରେ KKR vs SRH
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2024) ର ତୃତୀୟ ମ୍ୟାଚ୍ ଏବଂ ଆଜିର ଦ୍ୱିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ଭେଟିବ । ମାର୍ଚ୍ଚ 23 ରେ ସନ୍ଧ୍ୟା 7:30 ରୁ ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳାଯିବ । କୋଲକାତା ଶ୍ରେୟସ୍ ଆୟରଙ୍କ ଦାୟିତ୍ୱରେ ଖେଳିବା ବେଳେ ସନରାଇଜର୍ସର ଅଧିନାୟକ ହେବେ ପାଟ କମିନ୍ସ ।












Click it and Unblock the Notifications