IPL 2024, CSK vs RCB: ଆଜି ଠୁ ଆରମ୍ଭ IPL ମହାସମର, ଉଦଘାଟନି ମ୍ୟାଚ ଖେଳିବେ ଏହି ଦୁଇ ଦଳ
IPL 2024, CSK vs RCB: ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହେଉଛି ଆଇପିଏଲ୍ ମହାସମର । 20 ଓଭର ବିଶିଷ୍ଟ ଏହି ଫଟାଫଟ କ୍ରିକେଟ୍ ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର । ଏଥି ମଧ୍ୟରେ ଆଜି ସନ୍ଧ୍ୟାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 17 ତମ ସଂସ୍କରଣ ଉଦଘାଟନ ହେବ । ଚେନ୍ନାଇ ର ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଘାଟନୀ ମ୍ୟଚ୍ ଆରମ୍ଭ ହେବ । ଏହା ପରେ ରାତି 8ଟାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହାର ପୂର୍ବରୁ ଅଧଘଣ୍ଟାର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ, କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସମେତ ବଲିଉଡ୍ ତାରକା ଅକ୍ଷୟ କୁମାର, ଟାଇଗର ସ୍ରଫ୍ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହା ବାଦ୍ କ୍ରିକେଟ୍ ଉପରେ ରହିଛି ଦର୍ଶକଙ୍କ ନଜର ।
ଗତ ଥରର ଚାମ୍ପିଅନ୍ ସୁପରକିଙ୍ଗ୍ସ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ । ମହିଳା ଦଳ ଡବ୍ଲ୍ୟୁପିଏଲ୍ ଚାମ୍ପିଅନ୍ ହେବା ପରେ ସମର୍ଥକଙ୍କ ଆଶା ବଢ଼ିଯାଇଛି । ରୟାଲ୍ ଚ୍ୟାଲେଞ୍ଜର୍ସକୁ ଏଥର ଚାମ୍ପିଅନ୍ ଭାବେ ଦେଖିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି । କୋହଲି ମଧ୍ୟ ଟ୍ରଫି ଉଠାଇବାର ଅଭିଳାଷକୁ ଏଥର ପୂରଣ କରିବାକୁ ଆଶାବାଦୀ ପ୍ରଶଂସକ ।
CSK ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଋତୁରାଜ ଗାଏକ୍ୱାଡ (କ୍ୟାପ୍ଟେନ), ରଚିନ ରବିନ୍ଦ୍ର, ମୋଇନ ଅଲି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ତୁଶାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ମହେଶ ଥିକଶାନା
RCB ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପ୍ଟେନ), ବିରାଟ କୋହଲି, କ୍ୟାମେରନ୍ ଗ୍ରୀନ୍, ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲାମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭୁଦେସାଇ, ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, କର୍ଣ ଶର୍ମା।












Click it and Unblock the Notifications