Get Updates
Get notified of breaking news, exclusive insights, and must-see stories!

IPL 2024: ଚେନ୍ନାଇକୁ 6 ୱିକେଟର୍ ପରାସ୍ତ କଲା ହାଇଦ୍ରାବାଦ୍

IPL 2024: ଚଳିତ ଆଇପିଏଲ ସିଜିନର 18 ତମ ମ୍ୟାଚରେ ବାଜି ମାରିନେଲା ହାଇଦ୍ରାବାଦ୍ । ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ହଇଦ୍ରାବାଦ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି । କ୍ରମାଗତ ବିଜୟ ପରେ ଏବେ ଲଗାତାର ପରାଜୟର ସାମ୍ନା କରୁଛି 5 ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ । ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଋତୁରାଜ ଗାଏକ୍ବାଡଙ୍କ ଦଳ ଶୁକ୍ରବାର 6 ୱିକେଟ୍‌ରେ ଏକତରଫ‌ା ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି । ହାଇଦ୍ରାବାଦ ମଧ୍ୟ 4 ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ।

CSK Vs SRH

ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପରକିଙ୍ଗ୍ସ ରକ୍ଷଣଶୀଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 165 ରନ୍ କରିଥିଲା ଚେନ୍ନାଇ । ହାଇଦ୍ରାବାଦ ସାମ୍ନାରେ 166 ରନର ବିଜୟ ଲକ୍ଷ୍ୟ ରଖିଥିଲା । ହେଲେ ଏହି ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।

ହାଇଦ୍ରାବାଦର ଆଡନ ମାକ୍ରମ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । 36 ବଲରେ 50 ରନ କରି ପ୍ୟାଭିଲିୟନ୍ ଫେରିଥିଲେ ମାକ୍ରମ । ସେହିଭଳି ଟ୍ରେଭିସ ହେଡ୍ (31), ଅଭିଶେଖ ଶର୍ମା (37), ଶାହବାଜ ଅହମ୍ମଦ (18) ଏବଂ ହେନରିଚ କ୍ଲାସେନଙ୍କ ଅପରାଜିତ 10 ରନ୍ ଓ ନିତୀଶ ରେଡ୍ଡିଙ୍କ ଅପରାଜିତ 14 ରନ୍ ବଳରେ ସହଜ ବିଜୟ ହାସଲ କରିଛି ହାଇଦ୍ରାବାଦ । ସେପଟେ ଚେନ୍ନାଇର ମୋଇନ ଅଲି ସର୍ବାଧିକ 2 ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ଏବଂ ମହିଶ ତୀକ୍ଷଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+