IPL 2024: ଜାରି ହେଲା ଆଇପିଏଲ୍ ଖେଳସୂଚୀ, ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବେ ଏହି ଦୁଇ ଦଳ
IPL 2024 Date: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2024 ର ତାରିଖ ଘୋଷଣା ହୋଇଛି । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କାର୍ଯ୍ୟସୂଚୀ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯିବ ।

ବିସିସିଆଇ କେବଳ ପ୍ରଥମ 17 ଦିନ ପାଇଁ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶ କରିଛି । ସାଧାରଣ ନିର୍ବାଚନ ତାରିଖ ସ୍ଥିର ହେବା ପରେ ବାକି ମ୍ୟାଚ୍ ପାଇଁ ରୋଷ୍ଟର ଘୋଷଣା କରାଯିବ । ପ୍ରଥମ ମ୍ୟାଚ୍ ମାର୍ଚ୍ଚ 22 ରେ ରାତି 8 ଟାରେ ଖେଳାଯିବ ।
ଇଣ୍ଡିଆନ୍ ପ୍ରିମିୟର ଲିଗର 17 ତମ ସିଜିନର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯିବ ।












Click it and Unblock the Notifications