IPL 2024: ଏଥର ବି ନିରାଶ ବାରବାଟୀ, ମ୍ୟାଚସୂଚୀ ପ୍ରକାଶ ପରେ ଚର୍ଚ୍ଚାରେ ପଡ଼ିଲା ଯବନିକା
IPL 2024: କ୍ରିକେଟ୍ ପ୍ରେମୀଙ୍କ ମନ ପସନ୍ଦର ଖେଳ IPL 2024 ପାଇଁ ଜାରି ହୋଇଛି ପ୍ରଥମ ପର୍ଯ୍ୟାୟ ଖେଳସୂଚୀ । ମାର୍ଚ୍ଚ 22 ରୁ ଆରମ୍ଭ ହେବ ଆଇପିଏଲ୍ । ପ୍ରଥମ 17 ଦିନ ପାଇଁ ଆଇପିଏଲ୍ 2024 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ସୂଚୀ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ 21 ଟି ମ୍ୟାଚ୍ ଖେଳାଯିବ ।

କିନ୍ତୁ ଏହି ସୂଚୀ ଜାରି ହେବା ପରେ ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ଆଶା ମଉଳି ଯାଇଛି । ଏଥର ବାରବାଟୀରେ ଆଇପିଏଲ ମ୍ୟାଚ୍ ହେବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ସେପରି କିଛି ହୋଇନାହିଁ । ଆଇପିଏଲ ତାଲିକାରେ ବାରବାଟୀକୁ ମିଳିନି ସ୍ଥାନ ।
ସୂଚନା ଥାଉକି, କଟକର ବାରବାଟୀ ଷ୍ଟାଡିୟମ ଠାରେ 2024 ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ନେଇ କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଥିଲା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଅନ୍ୟତ୍ର ମ୍ୟାଚ ହେବାର ସମ୍ଭାବନା ରହିଥିଲା । ଏଣୁ ଦିଲ୍ଲୀ ତା'ର ଗୋଟିଏ ମ୍ୟାଚ୍ କଟକର ବାରବାଟୀ ଓ ଆଉ ଗୋଟିଏ ମ୍ୟାଚ୍ ପୁଣେରେ ଖେଳିବ। ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ପ୍ରଥମ 21 ମ୍ୟାଚ୍ ପାଇଁ ଜାରି ହୋଇଥିବା ସୂଚୀରେ କଟକ ସ୍ଥାନ ପାଇ ନାହିଁ ।
ତେବେ 22 ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହା ପରେ 23 ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ଦିନରେ ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଦିନ 3.30 ରେ ଆରମ୍ଭ ହେବ । ସେହିପରି ସନ୍ଧ୍ୟା 7.30 ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳିବେ । ଅନ୍ୟପଟେ ମାର୍ଚ୍ଚ 24 ରେ ମଧ୍ୟ ଡବଲ ହେଡର ରହିଛି । ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବେ । ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ 7 ଯାଏଁ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକର ସୂଚୀ ଜାରି କରାଯାଇଛି । କିନ୍ତୁ ଏହି ଆଇପିଏଲ୍ ସୂଚୀରେ ବାରବାଟୀ ଷ୍ଟାଡିୟମ ସ୍ଥାନ ପାଇ ନାହିଁ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications