IPL 2024: ଲକ୍ଷ୍ନୌ ହାତରୁ ହାରିଲା ପଞ୍ଜାବ କିଙ୍ଗ୍ସ
IPL 2024: ଶନିବାର ଆଇପିଏଲର ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ (PBKS)କୁ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (LSG) । 21 ରନ୍ରେ ଜିତିଛି ଲକ୍ଷ୍ନୌ । ଟସ୍ ଜିଣି ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି 199 ରନ୍ କରିଥିଲା । 200 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି 178 ରନ୍ କରିଥିଲା ପଞ୍ଜାବ କିଙ୍ଗସ ।

200 ରନ୍ର ପିଛା କରିଥିବା ପଞ୍ଜାବ କିଙ୍ଗସ ଭଲ ଆରମ୍ଭ କରିଥିଲା । ଦଳ କୌଣସି ୱିକେଟ ନ ହରାଇ 11 ଓଭର ବେଳକୁ 100 ରନ୍ କରିଥିଲା । 11.4 ଓଭରରେ ଦଳ ପ୍ରଥମ ୱିକେଟ ଭାବେ ଜନ୍ନୀ ବେୟାରଷ୍ଟଙ୍କୁ ହରାଇଥିଲା । ସେ 42 ରନ୍ କରି କ୍ୟାଚ୍ ଆଉଟ ହୋଇଥିଲେ । 3ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରଭସିମରନ ସିଂହ 7ଟି ବଲ୍ରୁ ଗୋଟିଏ ଚୌକା ଓ 2ଟି ଛକା ସହାୟତାରେ 19 ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ମାତ୍ର 6 ରନ୍ କରିଥିଲେ । ଲିଅମ ଲିଭିଙ୍ଗଷ୍ଟୋନ୍ ଅପରାଜିତ ରହି 17ଟି ବଲ୍ରୁ 2ଟି ଚୌକା ଓ 2 ଟି ଛକା ସହ 28 ରନ୍ କରିଥିଲେ ।କିନ୍ତୁ ଦଳକୁ ବିଜୟ ଦ୍ୱାର ଅତିକ୍ରମ କରାଇ ପାରି ନଥିଲେ । ସାମ କୁରେନ ଖାତା ଖୋଲି ପାରି ନଥିବା ବେଳେ ଶଶାଙ୍କ ସିଂହ ଅପରାଜିତ 9 ରନ୍ କରିଥିଲେ । ଦଳ 20 ଓଭରରେ 5 ୱିକେଟ୍ ହରାଇ 178 ରନ୍ ରେ ସୀମିତ ରହିଥିଲା । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ 3 ଟି ଓ ମୋହସିନ ଖାନ 2ଟି ୱିକେଟ୍ ନେଇଥିଲେ ।
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ 2ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହାରିଛି ଓ ଗୋଟିଏ ଜିତିଛି । ଅନ୍ୟପକ୍ଷରେ ପଞ୍ଜାବ 3ଟି ମ୍ୟାଚ୍ରୁ ଗୋଟିଏ ଜିତି ଥିବା ବେଳେ ଦୁଇଟିରେ ହାରିଛି ।












Click it and Unblock the Notifications