IPL 2024: ବାଙ୍ଗାଲୋରକୁ ହରାଇଲା ଲକ୍ଷ୍ନୌ
IPL 2024: ଚଳିତ ଆଇପିଏଲରେ ଆରସିବି ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ରେ ଲକ୍ଷ୍ନୌ ଏକପାଖିଆ ଜିତ୍ ହାସଲ କରିଛି । 28 ରନ୍ ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ହରାଇଛି ଦଳ । ଏହା ସହ ଚଳିତ ସିଜିନରେ ଲକ୍ଷ୍ନୌ ଦଳ ଏହାର ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି । ସେହିପରି RCB ର ତୃତୀୟ ପରାଜୟର ସମ୍ମୁଖୀନ ହୋଇଛି ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ଚମତ୍କାର ପ୍ରଦର୍ଶନ କରିଥିଲା । ଓପ୍ନର୍ ଡି କକ୍ଙ୍କ 81 ଓ ନିକୋଲାସ୍ ପୂରନ୍ଙ୍କ ଅପରାଜିତ 40 ରନ୍ ବଳରେ 5 ୱିକେଟ୍ ହରାଇ 181 ରନ୍ କରିଥିଲା ।
ଜବାବରେ ବେଙ୍ଗାଲୁରୁ 19.4 ଓଭର୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 153 ରେ ସୀମିତ ରହିଥିଲା । ଘରୋଇ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ 182 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ 40 ରନ୍ର ସ୍କୋର୍ରେ ପ୍ରଥମେ ବିରାଟ କୋହଲିଙ୍କୁ ହରାଇଥିଲା । କୋହଲି 16 ବଲ୍ରେ 2 ଚୌକା ଓ ଗୋଟିଏ ଛକା ସହାୟତାରେ 22 ରନ୍ କରିଥିବା ବେଳେ ଏମ୍ ସିଦ୍ଧାର୍ଥଙ୍କ ବଲ୍ରେ ପାଡିକ୍କଲ୍ଙ୍କ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ । କୋହଲିଙ୍କ ପରେ ପରେ କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ 19 ରନ୍ରେ ରନ୍ଆଉଟ୍ ହୋଇଥିଲେ । ଗ୍ଲେନ୍ ମାକ୍ସୱେଲ୍ ପୁଣିଥରେ ଫ୍ଲପ୍ ହୋଇ ଖାତା ଖୋଲିବା ପୂର୍ବରୁ ମୟଙ୍କ ଯାଦବଙ୍କ ଶିକାର ହୋଇଥିଲେ । କାମେରନ୍ ଗ୍ରୀନ୍ 9 ରନ୍ କରିଥିବା ବେଳେ ମୟଙ୍କ ଯାଦବ ତାଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇଥିଲେ ।
ଅନୁଜ ରାୱତ୍ 11 ରନ୍ କରି ମାର୍କସ୍ ଷ୍ଟୋଇନିସ୍ଙ୍କ ବଲ୍ରେ ପାଡିକ୍କଲ୍ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ରଜତ ପାଟିଦାର 21 ବଲ୍ରୁ ଦୁଇଟି ଲେଖାଏଁ ଚୌକା ଓ ଛକା ସହାୟତାରେ 29 ରନ୍ କରିଥିବା ବେଳେ ମୟଙ୍କ ଯାଦବଙ୍କ ବଲ୍ରେ ପାଡିକ୍କଲ୍ଙ୍କ ହାତରେ ଧରାପଡ଼ିଥିଲେ । ଇମ୍ପାକ୍ଟ ପ୍ଲେୟର୍ ମହିପାଲ୍ ଲୋମରର୍ 3ଟି ଲେଖାଏଁ ଚୌକା ଓ ଛକା ସହ 13 ବଲ୍ରୁ ଧୂଆଁଧାର ସର୍ବାଧିକ 33 ରନ୍ କରିଥିଲେ ମଧ୍ୟ ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥିଲା ଏବଂ ଟିମ୍ 19.4 ଓଭର୍ରେ ମାତ୍ର 153 ରନ୍ ମଧ୍ୟରେ ଅଲ୍ଆଉଟ୍ ହୋଇଯାଇଥିଲା । ମହମ୍ମଦ ସିରାଜ୍ 8 ବଲ୍ରୁ ଦୁଇଟି ଛକା ସହାୟତାରେ 12 ରନ୍ କରି ଶେଷରେ ଆଉଟ୍ ହୋଇଥିଲେ ।
ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ 14 ରନ୍ରେ ସର୍ବାଧିକ 3ଟି ଏବଂ ନବୀନ୍-ଉଲ୍-ହକ୍ 2ଟି ୱିକେଟ୍ ନେଇଥିବା ବେଳେ ୟଶ୍ ଠାକୁର, ଷ୍ଟୋଇନିସ୍ ଏବଂ ଏମ୍ ସିଦ୍ଧାର୍ଥଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ ପକ୍ଷରୁ ଇନିଂସ୍ ଓପନ୍ କରି କ୍ୱିଣ୍ଟନ୍ ଡି କକ୍ ଓ କ୍ୟାପ୍ଟେନ୍ କେଏଲ୍ ରାହୁଲ ପାୱାର୍ ପ୍ଲେରେ 53 ରନ୍ ଉଠାଇଥିଲେ । ତେବେ ରାହୁଲଙ୍କୁ ମୟଙ୍କ ଡାଗରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଗ୍ଲେନ୍ ମାକ୍ସୱେଲ୍ ବେଙ୍ଗାଲୁରୁକୁ ପ୍ରଥମ ସଫଳତା ଦେଇଥିଲେ । ରାହୁଲ 14 ବଲ୍ରୁ ଦୁଇଟି ଛକା ସହାୟତାରେ 20 ରନ୍ କରିଥିଲେ । ଏହାପରେ ଦେବଦତ୍ତ ପାଡିକ୍କଲ୍ ମାତ୍ର 6 ରନ୍ କରିଥିବା ବେଳେ ମହମ୍ମଦ ସିରାଜ୍ ବଲ୍ର ଶିକାର ହୋଇଥିଲେ ।
ପାଡିକ୍କଲ୍ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ 15 ବଲ୍ରୁ ଗୋଟିଏ ଚୌକା ଓ 3 ଛକା ସହାୟତାରେ 24 ରନ୍ କରି ଆଉଟ୍ ହୋଇଥିଲେ । ସେ ଡି କକ୍ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ 56 ରନ୍ର ଭାଗୀଦାରି କରିଥିଲେ । ସ୍କୋର୍ରେ ଆଉ 14 ରନ୍ ଯୋଗହେବା ପରେ ରିସି ଟପ୍ଲେ ଡି କକ୍ଙ୍କୁ ମୟଙ୍କ ଡାଗର୍ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ପ୍ୟାଭିଲିୟନ୍ ଫେରିଥିଲେ । ଆର୍ସିବି ପକ୍ଷରୁ ମାକ୍ସୱେଲ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ଟପ୍ଲେ, ଦୟାଲ୍ ଓ ସିରାଜ୍ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications