IPL 2024: କମାଲ କଲେ ବ୍ୟାଟର, ବୋଲର... କୋଲକାତା ଆଗରେ ଧରାଶାୟୀ ଦିଲ୍ଲୀ
IPL 2024: ଧରାଶାୟୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ କୋଲକାତା ବଡ଼ ବିଜୟ ହବାସଲ କରିଛି । ବ୍ୟାଟର୍ଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଚମତ୍କାର ବୋଲିଂରେ କୋଲକାତା ନାଇଟ୍ ରାଇଡର୍ସ ବଡ଼ ବିଜୟ ପାଇଛି ।

ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ 106 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । 273 ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ୱିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର (18) ଓ ପୃଥ୍ବୀ ସ' (10)ଙ୍କ ଯୋଡ଼ି ଭାଙ୍ଗିଥିଲା । ଦଳ ମାତ୍ର 33 ରନରେ 4 ୱିକେଟ୍ ହରାଇ ସାରିଥିଲେ । କିନ୍ତୁ, ଋଷଭ ପନ୍ତ ଓ ତ୍ରିଷ୍ଟାନ୍ ଷ୍ଟବ୍ସ୍ ପଞ୍ଚମ ୱିକେଟ୍ରେ 93 ରନ୍ ଯୋଡ଼ି ଦଳକୁ ସାମାନ୍ୟ ସ୍ଥିତିକୁ ଆଣିପାରିଥିଲେ । କିନ୍ତୁ ଅନ୍ୟ କାହାର ସେତେଟା ଯୋଗଦାନ ନରହିବାରୁ ଦଳ 17.2 ଓଭରରେ 166 ରନ୍ ରେ ସୀମିତ ରହିଥିଲା । ବୈଭବ ଅରୋଡ଼ା ଓ ବରୁଣ ଚକ୍ରବର୍ତ୍ତୀ 3 ୱିକେଟ୍ ଲେଖାଏଁ ନେଇଥିଲେ ।
କୋଲକାତା ଦଳ 6 ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନକୁ ଉଠିଥିବା ବେଳେ ଦିଲ୍ଲୀ ଚାରିଟି ମ୍ୟାଚ୍ ରୁ 3 ଟି ପରାଜୟ ହୋଇ ନବମ ସ୍ଥାନକୁ ଖସି ଆସିଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ । ଧୂଆଁଧାର ବ୍ୟାଟିଂ ଭଳରେ ଦଳ ଏକ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ଦୁଇ ଓପନର ଫିଲିପ ସଲ୍ଟ ଓ ସୁନିର ନାରିନ 4.3 ଓଭରରେ 60 ରନ ଯୋଡ଼ିଥିଲେ । ସଲ୍ଟ 18 ରନ କରି ଆଉଟ୍ ହୋଇଥିଲେ । ଏହା ପରେ ସୁନିଲ ନାରିନ ଓ ଅଙ୍ଗକୃଷ ରଘୁବଂଶୀ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରି ଦ୍ଵିତୀୟ ଓ୍ଵିକେଟରେ 104 ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । 164 ରନ ସ୍କୋରରେ ସୁନିଲ ନାରିନ ଆଉଟ୍ ହୋଇଥିଲେ । ସେ 39 ବଲରୁ 7 ଚୌକା ଓ 7 ଛକା ସହ 85 ରନ କରିଥିଲେ । ରଘୁବଂଶୀ ମଧ୍ୟ ବିସ୍ଫୋରକ ଇନିଂସ ଖେଳି 27 ବଲରୁ 5 ଚୌକା ଓ 3 ଛକା ସହ 54 ରନ କରିଥିଲେ ।
ଏହା ପରେ ରସେଲ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ରନ ଗତିକୁବଜୟା ରଖିଥିଲେ । ଅଧିନାୟକ ଶ୍ରେୟସ ଆୟର 18 ରନ କରିଥିଲେ । ଶେଷ ଆଡ଼କୁ ରସେଲ ଓ ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଲାଗୁଥିଲା କେକେଆର ଆଜି ଆଇପିଏଲ୍ ଇତିହାସରେ ସର୍ବାଧିକ ସ୍କୋର କରିଥିବା ହାଇଦ୍ରାବାଦର 277 ରନ ରେକର୍ଡକୁ କାଟି ଦେବ । ରିଙ୍କୁ ସିଂ ମାତ୍ର 8 ବଲରୁ 26 ରନ କରି ପାଭିଲିୟନ ଫେରିଥିଲେ । ରସେଲ 19 ବଲରୁ 41 ରନ କରି ଆଉଟ୍ ହେବାରୁ କେକେଆର ରେକର୍ଡରୁ ବଞ୍ଚିତ ହୋଇଥିଲା । ତଥାପି ଦଳ ଆଇପିଏଲ୍ ଇତିହାସର ଦ୍ଵିତୀୟ ସର୍ବାଧିକ ସ୍କୋର କରିଛି । ଦଳ ଆରସିବି କରିଥିବା 263 ରନକୁ କାଟି ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications