IPL 2024: ଗୁଜୁରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ
IPL 2024: ଗୁଜୁରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ । ବିଶାଳ ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ଗୋଟିଏ ବଲ୍ ବାକି ଥାଇ ଜିତିଛି ପଞ୍ଜାବ ଦଳ । ଶଶାଙ୍କ ସିଂଙ୍କ ଲଢୁଆ ଇନିଂସ ଓ ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ୍ ଏହି ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଶୁଭମନ ଗିଲଙ୍କ 89 ରନ ବଳରେ 4 ଓ୍ଵିକେଟ୍ ହରାଇ 199 ରନ କରିଥିଲା । ଜବାବରେ ଶଶାଙ୍କ ସିଂଙ୍କ ଅପରାଜିତ 29 ବଲରୁ 61 ରନର ମ୍ୟାଚ୍ ବିଜୟୀ ଇନିଂସ ଓ ଶଶାଙ୍କଙ୍କ 17 ବଲରୁ 31 ରନ ବଳରେ ପଞ୍ଜାବ କିଙ୍ଗ୍ସ 19.5 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଚତୁର୍ଥ ମ୍ୟାଚରୁ ପଞ୍ଜାବ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଗୁଜରାଟ 2ୟ ପରାଜୟ ଭୋଗିଛି ।
200 ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବକୁ ଆରମ୍ଭରୁ ଲାଗିଥିଲା ଝଟକା । ଅଧିନାୟକ ଶିଖର ଧାଓ୍ଵନ ଦ୍ୱିତୀୟ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ଭଲ ବ୍ୟାଟିଂ କରୁଥିବା ଜୋନି ବେୟାରଷ୍ଟୋ(22) ମଧ୍ୟ ପାଭିଲିୟନ ଫେରିଥିଲେ । ପ୍ରଭସିମରନ ସିଂ 35 ରନର ଇନିଂସ ଖେଳି ଦଳ ସ୍ଥିତିରେ କିଛିଟା ସୁଧାର ଆଣିଥିଲେ । ସାମ କରନ(5) ପୁଣି ଥରେ ନିରାଶ କରିଥିଲେ । ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ମ୍ୟାଚରେ ଗୁଜରାଟର ପଲ୍ଲା ଭାରି ରହିଥିଲା । ତେବେ ମଧ୍ୟକ୍ରମରେ ଶଶାଙ୍କ ସିଂ ଦମଦାର ବ୍ୟାଟିଂ କରି ପଞ୍ଜାବର ବିଜୟ ଆଶା ଉଜ୍ଜିବୀତ କରିଥିଲେ। ଶଶଙ୍କା ଗୋଟିଏ ପଟେ ଛିଡା ହୋଇ ଜିତେଶ ଶର୍ମାଙ୍କୁ ସାଥୀ କରି ସ୍କୋରକୁ 150 ରନରେ ପହଞ୍ଚାଇଥିଲେ । ଜିତେଶ 16 ରନ କରି ଆଉଟ୍ ହୋଇଥିଲେ ।












Click it and Unblock the Notifications