IPL 2024: ପଏଣ୍ଟ ଖାତା ଖୋଲିଲା ଦିଲ୍ଲୀ, ପନ୍ତବାହିନୀ ଠାରୁ ହାରିଲା ଚେନ୍ନାଇ
IPL 2024: ଚଳିତ ବର୍ଷ ଆଇପିଏଲ୍ ସିଜିନରେ ଦିଲ୍ଲୀ ଏହାର ପ୍ରଥମ ବିଜୟ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ 20 ରନରେ ପରାଜୟ କରିଛି ଦିଲ୍ଲୀ । ଦିଲ୍ଲୀର ଅଧିନାୟକ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ସହ ଶେଷ ଓଭରଗୁଡ଼ିକରେ ବୋଲର୍ ଙ୍କ ସଫଳତା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ ବିଜୟ ସ୍ୱାଦ ଦେଇଛି । ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ 20 ରନ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିଛି ।

ପ୍ରଥମେ ଖେଳି ଦିଲ୍ଲୀ 5 ୱିକେଟ୍ ହରାଇ ନିର୍ଦ୍ଧାରିତ 20 ଓଭରରେ 191 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଚେନ୍ନାଇ 6 ୱିକେଟ୍ ହରାଇ ମାତ୍ର 171 ସ୍କୋର ହାସଲ କରିପାରିଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୱାର୍ଣ୍ଣର ଏବଂ ପ୍ରୀତି ଖାଁ ଦିଲ୍ଲୀ ପକ୍ଷରୁ ଧୁଆଁଧାର ପ୍ରଦର୍ଶ କରିଥିଲେ । ଚେନ୍ନାଇ ବୋଲରମାନଙ୍କୁଚିତ୍ କରି ଦୁହେଁ 93 ରନର ଭାଗିଦାରୀ କରିଥିଲେ । ଏହା ପରେ ୱାର୍ଣ୍ଣର ନିଜର ଅର୍ଦ୍ଧଶତକ ହାସଲ କରିବାରେ ମଧ୍ୟ ସଫଳ ହୋଇଥିଲେ ।
ପରେ ଅଧିନାୟକ ଋଷଭ ପନ୍ତ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ 31 ବଲ ରୁ 51 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଚେନ୍ନାଇ ପକ୍ଷରୁ ପଥିରାନା 3 ଟି ୱିକେଟ୍ ନେଇଥିଲେ ।
ଏହା ପରେ 192 ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ର ଆରମ୍ଭରୁ ହିଁ ଖରାପ ପ୍ରଦର୍ଶନ ଥିଲା । ଋତୁରାଜ 1 ଓ ରଚିନ ରବିନ୍ଦ୍ର 2 ରନ୍ କରି ପଡ଼ିଆ ଛାଡ଼ିଥିଲେ । ଏହା ପରେ ରାହାନେ ଏବଂ ଡ୍ୟାରିଲ୍ ମିଚେଲ କିଛି ସମୟ ଦଳୀୟ ସ୍କୋରକୁ ସମ୍ଭାଳିବା ପରେ ଆଉଟ୍ ହୋଇଥିଲେ । ମିଚେଲ 34 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ରାହାନେ 45 ରନ୍ କରି ଆଉଟ୍ ହୋଇଥିଲେ ।
ତେବେ ଧୋନି ଏହି ସିଜନରେ ପ୍ରଥମ ଥର ବ୍ୟାଟିଂ କରିବାକୁ ଆସିଥିଲେ । ସେ 3 ଟି ଛକା ଓ 4 ଚୌକା ସହାୟତାରେ 16 ଟି ବଲରେ 37 ରନର ଅପରାଜିତ ଇନିଂସ ସ୍କୋର କରିଥିଲେ । ଜାଡେଜା 21 ରନ୍ କରି ଆଉଟ୍ ହୋଇଥିଲେ । ଚେନ୍ନାଇର ଇନିଂସ 6 ୱିକେଟ୍ ହରାଇବା ସହ 20 ଓଭରରେ 171 ରେ ଶେଷ ହୋଇଥିଲା । ଦିଲ୍ଲୀ ଏହି ସିଜନରେ ପ୍ରଥମ ବିଜୟ ହାସଲ କରିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications