IPL Auction 2024: କାଲି ମିନି ଅକ୍ସନ, ୭୭ ସ୍ପଟ୍ ପାଇଁ ୩୩୩ ଖେଳାଳି ନିଲାମରେ ହେବେ ସାମିଲ୍

ଆସନ୍ତାକାଲି (୧୯ ଡ଼ିସେମ୍ବର) ମିନି ଅକ୍ସନ। ଆଇପିଏଲ୍ ନିଲାମ ପାଇଁ ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦୁବାଇରେ ହେଉଛି ଅକ୍ସନ । ଦେଶ ବାହାରେ ହେଉଛି ଅକ୍ସନ । ନିଲାମରେ ସମୁଦାୟ ୩୩୩ ଖେଳାଳି ସାମିଲ୍ ହେବେ । ସେଥିମଧ୍ୟରୁ ୨୧୪ ଖେଳାଳି ଭାରତର ଏବଂ ୧୧୯ ଖେଳାଳି ବିଦେଶୀ ଅଟନ୍ତି । ଏହି ଆଇପିଏଲ୍ ନିଲାମ ତାଲିକାରେ ୨୪ ଖେଳାଳି ଅଛନ୍ତି ଯାହାଙ୍କ ବେସ ପ୍ରାଇସ ମୂଲ୍ୟ ୨ କୋଟି ।

୨୪୧ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୧୧୯ ବିଦେଶୀ ପ୍ଲେୟାର ରହିଛନ୍ତି । ସେହିପରି ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି । ଆଇପିଏଲ୍‌ ୨୦୨୪ ଲାଗି ୧୦ଟି ପ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ । ଦେଖିବାକୁ ଗଲେ ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ ।

ଗୁଜୁରାଟ ଟାଇଟନ୍ସ ଟିମ୍‌ ପାଖରେ ସର୍ବାଧିକ ଟଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା ଗୁଜୁରାଟ ଟାଇଟନ୍ସର ପର୍ସରେ ୩୮.୧୫ କୋଟି ରହିଛି ।

Ipl 2024 auction

ଭାରତରୁ ସର୍ବାଧିକ ବେସ୍ ମୂଲ୍ୟ ଥିବା ଖେଳାଳିମାନେ ହେଉଛନ୍ତି ହର୍ଷଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦ୍ଦୁଲ ଠାକୁର । ବିଦେଶୀ ଖେଳାଳି ହେଉଛନ୍ତି ହ୍ୟାରି ବ୍ରୁକ୍, ଟ୍ରାଭିସ୍ ହେଡ୍, ରିଲେ ରୋସୋ, ଷ୍ଟିଭ୍ ସ୍ମିଥ୍, ଜେରାଲ୍ଡ କୋଟେଜି, ପ୍ୟାଟ୍ କମିନ୍ସ, କ୍ରିସ୍ ୱକସ୍, ଜୋସ୍ ଇଂଲିସ୍, ଲୋକି ଫର୍ଗୁସନ୍, ଜୋସ୍ ହାଜଲେଉଡ୍, ମିଚେଲ ଷ୍ଟାର୍କ, ମୁଜିବ ଉର ରହମାନ, ଆଦିଲ ରସିଦ, ରାସି ଭାନ ଡେର୍ ଡୁସେନ୍, ଜେମ୍ସ ଭିନ୍ସ ଅଛନ୍ତି । ସେନ୍ ଆବଟ୍ଟ, ଜାମି ଓଭରଟନ୍, ଡେଭିଡ୍ ୱିଲି, ବେନ୍ ଡକେଟ୍, ମୁସ୍ତାଫିଜୁର ରହମାନଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ।

ୱାନିନ୍ଦୁ ହସରାଙ୍ଗା, ଫିଲ୍ଲପ ସଲଟ, କଲିନ ମୁନ୍ରୋ, ଶେରଫେନ ରାଉଟରଫୋର୍ଡ, ଟମ କୁରାନ, ଜେସନ ହୋଲ୍ଡର, ମହମ୍ମଦ ନାବି, ଜେମ୍ସ ନିଶାମ, ଡାନିଏଲ ସାମସ, କ୍ରିସ ଜୋର୍ଡାନ, ଟାଇମଲ ମିଲ୍ସ, ଜାଇ ରିଚାର୍ଡସନ ଏବଂ ଟିମ ସାଉଥୀ ଆଦି ଖେଳାଳିଙ୍କ ବେସ ପ୍ରାଇଶ୍ ୧.୫ କୋଟି ଟଙ୍କା ରହିଛି । ୧ କୋଟି ମୂଲ୍ୟର ୧୪ ଖେଳାଳି ଏବଂ ବେସ୍ ମୂଲ୍ୟ ୭୫ ଲକ୍ଷ ଟଙ୍କା ସହିତ ୧୧ ଖେଳାଳି ଅଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦରେ ମଧ୍ୟ ସେମାନଙ୍କ ପର୍ସରେ ୩୪ କୋଟି ଟଙ୍କା ବାକି ଅଛି । କେକେଆରର ୩୨ କୋଟିରୁ ଅଧିକ ଏବଂ ଚେନ୍ନାଇରେ ୩୧ କୋଟିରୁ ଅଧିକ ଟଙ୍କା ରହିଛି । ପଞ୍ଜାବ କିଙ୍ଗସ୍‌ ପାଖରେ ୨୯.୦୧ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୨୮.୯୫ କୋଟି , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୨୩.୨୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୭.୭୫ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୧୪.୦୫ କୋଟି, ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପାଖରେ ୧୩.୧୫ କୋଟି ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+