ଆଇପିଏଲ ନିଲାମ ୨୦୨୪ ଲାଇଭ୍ ଅପଡେଟ୍: ଶେଷ ହେଲା ଆଇପିଏଲ ଅକ୍ସନ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୨୪.୭୫ କୋଟି ସହ ସବୁଠୁ ମହଙ୍ଗା
IPL Auction 2024 Live Updates in Odia: ଶେଷ ହେଲା ଆଇପିଏଲ ୨୦୨୪ ଅକ୍ସନ । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୨୪.୭୫ କୋଟି ସହ ସବୁଠୁ ମହଙ୍ଗା ଖେଳାଳି । ସେ କେକେଆରକୁ ଯାଇଛନ୍ତି । ବିଶ୍ୱକପ ବିଜେତା ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି । କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ କିୱି ଅଲରାଉଣ୍ଡର ଡାରେଲ ମିଚେଲଙ୍କ ପାଇଁ ୧୪ କୋଟି ଖର୍ଚ୍ଚ କରିଛି ।
ବ୍ୟାଟରଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ରୋଭମାନ ପାୱେଲ ଏବଂ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ସବୁଠାରୁ ମହଙ୍ଗା ବିକ୍ରି ହୋଇଥିଲେ । ସେହିପରି ହର୍ଶଲ ପଟେଲ ସବୁଠୁ ମହଙ୍ଗା ଭାରତୀୟ ହୋଇଛନ୍ତି । ସେ ୧୧.୭୫ କୋଟିରେ ପଞ୍ଜାବ କିଙ୍ଗସକୁ ଯାଇଛନ୍ତି ।

READ MORE












Click it and Unblock the Notifications