IPL 2023 : ଋତୁରାଜ ଗାୟକୱାଡଙ୍କ ବ୍ୟାଟରୁ ଚଉକା ଛକା ବର୍ଷା !
CSK Vs LSG : ଆଇପିଏଲ୍ 2023 ର ଷଷ୍ଟ ମ୍ୟାଚ୍ ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଋତୁରାଜ ଗାୟକୱାଡ । ନିଜ ହୋମ୍ ଗ୍ରାଉଣ୍ଡ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି । ପ୍ରଥମ ୱିକେଟ୍ ପାଇଁ ଡିୱୋନ କନୱେ ଏବଂ ରିତୁରାଜ ଗାୟକୱାଡ 55 ବଲରେ 110 ରନ କରିଛନ୍ତି । ଋତୁରାଜ ଧମାକାଦାର ବ୍ୟାଟିଂ କରିଛନ୍ତି । ନିଜ ଇନିଂସ ପାଇଁ ଟପ୍ ଟ୍ରେଣ୍ଡିଂ ତାଲିକାରେ ଶୀର୍ଷରେ ରହିଛନ୍ତି ।

ଟସ୍ ହାରିବା ସତ୍ତ୍ୱେ ଚେନ୍ନାଇ ବ୍ୟାଟ୍ସମ୍ୟାମ ମାନେ ଏହି ମ୍ୟାଚ୍ରେ ଜବରଦସ୍ତ ଇନିଂସ ଖେଳିଛନ୍ତି । ପ୍ରଥମ ଓଭରରୁ ଡିୱନ୍ କନୱେ ଏବଂ ଋତୁରାଜ ଗାୟକୱାଡ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଋତୁରାଜ ମଧ୍ୟ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦ୍ରୁତ ବ୍ୟାଟିଂ କରି ସେ 4.4 ଓଭରରେ ଦଳର ସ୍କୋରକୁ 50 ଛୁଆଁଇଥିଲେ ।
ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ 23 ବଲ ରେ ଅର୍ଦ୍ଧଶତକ ହାସଲ କରି ଋତୁରାଜ ଆଇପିଏଲରେ ନିଜର ଡେବ୍ୟୁ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ଋତୁରାଜ ନିଜ ଫର୍ମ ଅପରିବର୍ତ୍ତିତ ରଖିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଋତୁରାଜ ମାତ୍ର 25 ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ତିନି ଚାରି ଓ ଚାରି ଛକା ବଳରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଗାୟକୱାଡ୍ ନିଜର 38 ଆଇପିଏଲ୍ ଇନିଂସରେ 12 ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିଛନ୍ତି । 31 ବଲରୁ 57 ରନ୍ ସ୍କୋର କରିବା ପରେ ଋତୁରାଜ ଆଉଟ୍ ହୋଇଥିଲେ ।












Click it and Unblock the Notifications