IPL 2023: ଲଗାତାର 5ଥର ହାରିଲା ଦିଲ୍ଲୀ, ବଢିଲା ଟୁର୍ଣ୍ଣାମେଣ୍ଟରୁ ବାହାରିବା ଆଶଙ୍କା
RCB Vs DC : ଘରୋଇ ଗ୍ରାଉଣ୍ଡ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଦଳ ଦିଲ୍ଲୀ ରାଜଧାନୀ ଦଳକୁ 23 ରନରେ ପରାସ୍ତ କରିଛି । ଆରସିବି ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ୱିକେଟ୍ ହରାଇ 174 ରନ୍ ସଂଗ୍ରହ କରିଥିଲା । ଏହି ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା ଦିଲ୍ଲୀ । ଏହି ସିଜନରେ କ୍ରମାଗତ ପଞ୍ଚମ ପରାଜୟର ସାମ୍ନା କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

175 ରନ୍ କୁ ପିଛା କରି ଦିଲ୍ଲୀର ପ୍ରଦର୍ଶ ଆରମ୍ଭରୁ ଖରାପ ରହିଥିଲା । ଓପନର୍ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସା ଖାତା ଖଲିପାରିନଥିଲେ । ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ଖାତା ନ ଖୋଲି ଆଉଟ୍ ହୋଇଛନ୍ତି ସା । ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ ମାର୍ଶଙ୍କ ପ୍ରଦର୍ଶନ ବି ସମାନ ଥିଲା । ସେ ମଧ୍ୟ ଦଳୀୟ ସ୍କୋରରେ କିଛି ବି ରନ୍ ଯୋଡ଼ି ପାରିନଥିଲେ ।
ୟଶ ଧୁଲ ମଧ୍ୟ କ୍ରିଜକୁ ଆସି ପୁଣି ଫେରିଯାଇଥିଲେ । ସେ ମାତ୍ର 1 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏମିତି ଦିଲ୍ଲୀର 3 ଟି ୱିକେଟ୍ ମାତ୍ର 2 ରନ୍ ରେ ପଡ଼ିଯାଇଥିଲା । ଡେଭିଡ ୱାର୍ନର 19 ଏବଂ ଅଭିଷେକ ପୋରେଲ 5 ରନ୍ ସ୍କୋର କରିଥିଲେ ।
ଅକ୍ସର ପଟେଲ ଭଲ ଫର୍ମରେ ଅଛନ୍ତି । ପଟେଲ ମଧ୍ୟ କିଛି ପରିମାଣରେ ସଫଳତା ପାଇଲେ । 14 ଟି ବଲରୁ 21 ବ୍ୟକ୍ତିଗତ ସ୍କୋର କରିଥିଲେ । ଅନ୍ୟ ପଟେ ଥିବା ମନୀଷ ପାଣ୍ଡେ 37 ବଲରେ 50 ସ୍କୋର କରିଥିଲେ ।
ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ମୋଟ 174 ରନ କରିଥିଲା । ଦଳ ପକ୍ଷରୁ ବିରାଟ କୋହଲି 50 ରନ କରିଥିବାବେଳେ ଅନ୍ୟମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମହୀପାଲ ଲୋମରୋର 26 ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ 24 ରନ କରିଥିଲେ । ସେହିପରି ଫାଫ୍ ଡୁପ୍ଲେସିସ 22 ରନ, ଶାହବାଜ ଅଦମ୍ମଦ 20 ରନ କରିଥିଲେ ।












Click it and Unblock the Notifications