ବିଜୟଧାରା ଜାରି ରଖିଛି ପଞ୍ଜାବ, 5 ରନ୍ ରେ ରାଜସ୍ଥାନକୁ ହରାଇଲା ଦଳ

IPL 2023 : ଆଇପିଏଲ୍ 2023 ର ଅଷ୍ଟମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସର ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । ପଞ୍ଜାବ ଦଳ ରାଜସ୍ଥାନକୁ ହରାଇ ନିଜର ବିଜୟଧାରା ବଜାୟ ରଖିଛି । ଗୌହାଟିର ବାରସପାରା ଷ୍ଟାଡିୟମରେ ପଞ୍ଜାବ ଦଳ ରାଜସ୍ଥାନକୁ 5 ରନରେ ପରାସ୍ତ କରିଛି ।

IPL 2023

ଏହି ମ୍ୟାଚ୍‌ରେ ଶିଖର ଧାୱନ ଓ ପ୍ରଭସିମ୍ରନ୍‌ ସିଂହଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ପଞ୍ଜାବ 4 ୱିକେଟ୍‌ ହରାଇ 197 ରନ୍‌ କରିଥିଲା । ଜବାବରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିବା ନାଥନ୍‌ ଏଲିସ୍‌ଙ୍କ ଘାତକ ବୋଲିଂ ଯୋଗୁଁ ରାଜସ୍ଥାନକୁ 192 ରନରେ ସୀମିତ ରଖିଥିଲା । ଏହି ମ୍ୟାଚ୍‌ରେ ନାଥାନ୍ ଏଲିସ୍ ପଞ୍ଜାବ କିଙ୍ଗସ ପଞ୍ଜାବ ପକ୍ଷରୁ ସର୍ବାଧିକ 4 ୱିକେଟ୍ ନେଇଥିଲେ ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଓପନିଂ କରିଥିଲେ ଯଶସ୍ୱୀ ଜୟସୱାଲ ଏବଂ ରବିଚନ୍ଦ୍ରନ୍‌ ଅଶ୍ୱୀନ । ୟଶସ୍ୱୀ ଜୟସୱାଲ ପ୍ରଥମ ବଲରେ ଛକା ମାରି ଦଳର ଖାତା ଖୋଲିଥିଲେ । କିନ୍ତୁ ଏହା ପରେ 8 ବଲରେ ମାତ୍ର 11 ରନ୍ କରି ଅର୍ଶଦୀପଙ୍କ ହାତରେ ଆଉଟ୍ ହୋଇଥିଲେ ।

ଟସ୍‌ରେ ହାରିଥିଲେ ବି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବା ସହ ଶେଷ ପର୍ଯ୍ୟନ୍ତ ରନ୍‌ ସଂଗ୍ରହ କରିଚାଲିଥିଲା । ଓପନର୍ ପ୍ରଭସିମ୍ରନ୍‌ ସିଂହ ଓ ଶିଖର ଧାୱନ ପ୍ରଥମ ୱିକେଟ୍‌ରେ 10 ଓଭରରେ 90 ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+