Get Updates
Get notified of breaking news, exclusive insights, and must-see stories!

IPL 2023 : ଲକ୍ଷ୍ନୌ - ଚେନ୍ନାଇ ମ୍ୟାଚରେ ହୋଇପାରେ ଏହି ବଡ଼ ରେକର୍ଡ

Dhoni- KL Rahul

CSK Vs LSG : ପ୍ରଥମ ମ୍ୟାଚ୍ ହାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ସୋମବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଜିତିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇବ । ମାର୍ଚ୍ଚ 31 ରେ ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସ ନିକଟରୁ ହାରିବା ପରେ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ନୂଆ ରଣନୀତି ନେଇ LSG କୁ ଭେଟିବ ।

ଅପ୍ରେଲ 3 ରେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ କେ.ଏଲ୍ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) କୁ ଚେନ୍ନାଇ ଭେଟିବ । ଆଜିର ମ୍ୟାଚରେ ଚେନ୍ନାଇ ଦଳ ବାଜି ମାରିପାରେ, କାରଣ ଦଳ ଚେପାକରେ 56 ଟି ମ୍ୟାଚ ମଧ୍ୟରୁ 40 ଟି ଜିତିଛି । 2013 ରୁ ଧୋନିଙ୍କ ଟିମ୍ ଗତ 21 ଟି ମ୍ୟାଚରେ ମାତ୍ର ଦୁଇଥର ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଛି । କିନ୍ତୁ ଏପର୍ଯ୍ୟନ୍ତ ସୁପର ଜିଆଣ୍ଟସ୍ କୁ ହରାଇ ପାରିନାହାଁନ୍ତି । ଆଜିର ମ୍ୟାଚ୍ ଏମଏସ ଧୋନିଙ୍କ ଟିମ୍ ପାଇଁ ଏକ ଭଲ ସୁଯୋଗ ଆଣିବା ସହିତ ଉଭୟ ଦଳ ପାଇଁ ଅନେକ ରେକର୍ଡ କରିବାର ସୁଯୋଗ ଦେଇପାରେ ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ଆଇପିଏଲର 235 ମ୍ୟାଚ୍ ର 207 ଇନିଂସରେ ମୋଟ 4992 ରନ୍ ସ୍କୋର କରିଛନ୍ତି । ଯଦି ଧୋନି ଏହି ମ୍ୟାଚରେ 8 ରନ୍ ସ୍କୋର କରନ୍ତି, ତେବେ ସେ ଆଇପିଏଲ୍ ଇତିହାସରେ 5000 ରନ୍ ସ୍କୋର କରିଥିବା ସପ୍ତମ ବ୍ୟାଟ୍ସମ୍ୟାନ୍ ହେବେ । ସେହିପରି ଚେନ୍ନାଇ ଦଳରୁ ଆଇପିଏଲରେ 5000 ରନ୍ ସ୍କୋର କରିଥିବା ଦ୍ୱିତୀୟ ଖେଳାଳି ହେବେ ।

ଯେଉଁମାନେ ଆଇପିଏଲରେ 5000 ରନ୍ ମାର୍କ ଅତିକ୍ରମ କରିଛନ୍ତି ସେମାନଙ୍କ ମଧ୍ୟରେ ବିରାଟ କୋହଲି (6706), ଶିଖର ଧାୱନ (6284), ଡେଭିଡ ୱାର୍ନର (5937), ରୋହିତ ଶର୍ମା (5880), ସୁରେଶ ରାଇନା (5228) ଏବଂ ଏବି ଡି ଭିଲିୟର୍ସ (5162) ଅଛନ୍ତି ।

ଅନ୍ୟ ଏକ ଷ୍ଟାର କ୍ରିକେଟର ଯିଏ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି, ସେ ଆଉ କେହି ନୁହଁନ୍ତି ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ । ସେ ତାଙ୍କର 4000 ରନ୍ ପୂରଣ କରିବାକୁ ମାତ୍ର 103 ରନ୍ ଦରକାର ଅଛି । ବର୍ତ୍ତମାନ, ଆଇପିଏଲରେ କେଏଲ୍ ରାହୁଲ 3897 ରନ୍ କରିସାରିଛନ୍ତି । ଅନ୍ୟପକ୍ଷରେ ଯଦି ରବିନ୍ଦ୍ର ଜାଡେଜା ଏହି ମ୍ୟାଚରେ 5 ୱିକେଟ୍ ନେଉଛନ୍ତି, ତେବେ ଟି -20 କ୍ରିକେଟରେ ତାଙ୍କର 200 ୱିକେଟ୍ ପୂରଣ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+