ରୟାଲ୍ସ କୁ 10 ରନରେ ହରାଇଲା ସୁପର ଜାଏଣ୍ଟସ୍

RR Vs LSG : ଗତକାଲି ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଲକ୍ଷ୍ନୌ ଦଳ ରୟାଲ୍ସକୁ 10 ରନରେ ହରାଇଛି । ଏହି ମ୍ୟାଚ ହାତେଇବା ପରେ ଲକ୍ଷ୍ନୌ ଏହି ସିଜନରେ ଚତୁର୍ଥ ବିଜୟ ହାସଲ କରିଛି ।

RR Vs LSG

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ 7 ୱିକେଟ୍ ହରାଇ 154 ରନ୍ ସଂଗ୍ରହ କରିଥିଲା । କାଉଣ୍ଟର ଇନିଂସ ଖେଳି ରାଜସ୍ଥାନ ରୟାଲ୍ସ ଦଳ 6 ୱିକେଟ୍ ହରାଇ 144 ରନ୍ ସ୍କୋରରେ ପହଞ୍ଚି ପାରିଥିଲା । ରାଜସ୍ଥାନ ପାଇଁ 35 ବଲରେ ଯଶସ୍ୱୀ ଜୟସୱାଲ 44 ରନ କରିଥିଲେ। ଲକ୍ଷ୍ନୌ ପାଇଁ ଆବେଶ ଖାନ୍ ତିନୋଟି ୱିକେଟ୍ ନେଇଥିଲେ ଏବଂ ମାର୍କସ ଷ୍ଟୋଇନିସ୍ ତିନୋଟି ୱିକେଟ୍ ନେଇଥିଲେ ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି କେ.ଏଲ୍ ରାହୁଲ ଏବଂ କାଇଲ୍ ମେୟର୍ସ ଲକ୍ଷ୍ନୌ ପାଇଁ ଏକ ଚମତ୍କାର ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍ ପାଇଁ 82 ରନ୍ ଯୋଡିଥିଲେ । ଏହା ପରେ ରାହୁଲ 39 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । କିଛି ସମୟ ପରେ ଆଉ ଦୁଇଟି ୱିକେଟ୍ ଖସିଗଲା । ଏହା ପରେ ଲକ୍ଷ୍ନୌର ଅବସ୍ଥା ଖରାପ ହୋଇଯାଇଥିଲା ।

କାଇଲ୍ ମେୟର୍ସ 42 ବଲରେ 51 ରନ୍ ର ଇନିଂସ ଖେଳିଥିଲେ । ମାର୍କସ୍ ଷ୍ଟୋଇନିସ୍ 21 ଏବଂ ନିକୋଲାସ୍ ପୁରାନ୍ 29 ରନ୍ ସ୍କୋର କରିଥିଲେ । ଏହି ପରି ଭାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ 7 ୱିକେଟ୍ ପାଇଁ 154 ରନ୍ ସ୍କୋର କରିଥିଲେ ।

କାଉଣ୍ଟର ଇନିଂସ ଖେଳୁଥିବାବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଜଶସ୍ୱୀ ଜୈସୱାଲ ଏବଂ ଜୋସ୍ ବଟଲର ଦଳ ଖାତାରେ 87 ରନ୍ ଯୋଡିଥିଲେ । ଜୈସୱାଲ 44 ଏବଂ ବଟଲର 40 ରନ ସ୍କୋର କରିଥିଲେ । କ୍ୟାପଟେନ ସଞ୍ଜୁ ସାମସନଙ୍କ ବ୍ୟାଟ୍ କାମ କରିନଥିଲା । ସେ ମାତ୍ର 2 ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ରାଜସ୍ଥାନ ରୟାଲ୍ସର ଅବସ୍ଥା ଖରାପ ହେବାରେ ଲାଗିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+