IPL 2023 : ଗୁଜୁରାଟକୁ ବିଜୟୀ କରିଲେ ବିଜୟ, 7 ୱିକେଟରେ କୋଲକାତାକୁ ହରାଇଲା ଦଳ

KKR vs GT: ଏକ ଚ୍ୟାଲେଞ୍ଜିଂ ଟାର୍ଗେଟକୁ ପଛରେ ପକାଇ କୋରକାତାକୁ ହାରଇଛି ଗୁଜୁରାଟ ଟାଇଟାନ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା 7 ୱିକେଟ୍ ହରାଇ 179 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଦଳ 13 ଟି ବଲ ବାକି ଥିବା ବେଳେ 3 ୱିକେଟ୍ ହରାଇ 180 ରନ୍ ସ୍କୋର କରି ମ୍ୟାଚ୍ ଜିତିଛି ।
ଟସ୍ ହାରିବା ପରେ ବି ପ୍ରଥମେ ବ୍ୟାଟିଂ କରି କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ଜଗଦୀଶନ୍ ମାତ୍ର 19 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ପରେ ଶାର୍ଦ୍ଦୁଲ ଠାକୁର ଖାତା ନ ଖୋଲି ପାରନଥିଲେ । ସେହିପରି 11 ରନ୍ ସ୍କୋର କରି ଭେଙ୍କଟେଶ ଆୟର୍ ମଧ୍ୟ ପଡ଼ିଆ ଛାଡ଼ିଥିଲେ । କ୍ୟାପଟେନ ନୀତୀଶ ରାଣା ମଧ୍ୟ 4 ରନ୍ ବ୍ୟକ୍ତିଗତ ସ୍କୋର କରିବାରେ ସଫଳ ହୋଇଥିଲେ ।
ଗୋଟିଏ ପଟେ ୱିକେଟ୍ ଖସି ଚାଲିଥିଲେ ବି ଓପନର୍ ଗୁରୁବାଜ ୱିକେଟ୍ ସମ୍ଭାଳି ରଖିଥିଲେ । ଗୁରୁବାଜ 39 ବଲ ସମ୍ମୁଖରେ 81 ରନର ଇନିଂସ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ 7 ଟି ଛକା ଓ 5 ଚୌକା ମାରିଥିଲେ ।
ଶେଷ ଆଡ଼କୁ ରସେଲଙ୍କ ବ୍ୟାଟ୍ ରୁ ଜଳଖୁ ମିଳିଥିଲା କିଛି ରନ୍ । ରସେଲ 19 ଟି ବଲରେ 34 ରନ ସଂଗ୍ରହ କରିଥିଲେ । ଏହିପରି କୋଲକାତା ଦଳ 7 ୱିକେଟ୍ ହରାଇ 179 ରନ୍ ସଂଗ୍ରହ କରିଥିଲା ।
ଗୁଜୁରାଟ ପକ୍ଷରୁ ମହମ୍ମଦ ଶାମି 3 ଟି ୱିକେଟ୍ ନେଇଥିଲେ । ନୁର ଅହମ୍ମଦ ଏବଂ ଜୋଶୁଆ ଲିଟିଲ 2 ଟି ଲେଖାଏଁ ୱିକେଟ୍ ପାଇଥିଲେ ।
ଏହା ପରେ 180 ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇଥିଲେ ସୁଭମନ୍ ଗିଲ ଏବଂ ରିଦ୍ଦିମାନ ସାହା । ଉଭୟ ପ୍ରଥମ ୱିକେଟ୍ ହରାଇବା ପର୍ଯ୍ୟନ୍ତ ଦଳ ଖାତାରେ 41 ରନ୍ ଯୋଡିଥିଲେ । ସାହା 10 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା 26 ରନ୍ ସଂଗ୍ରହ କରିଥିଲେ । ଗିଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ତାଙ୍କ ଅର୍ଦ୍ଧଶତକ ପୂର୍ବରୁ 49 ର ବ୍ୟକ୍ତିଗତ ସ୍କୋର କରି ଆଉଟ୍ ହୋଇଯାଇଥିଲେ ।
ତାଙ୍କ ପରେ ବିଜୟ ଶଙ୍କର ଏବଂ ମିଲର ଦଳର ସ୍କୋରକୁ ଆଗକୁ ନେଇଥିଲେ । ବିଜୟ ଶଙ୍କର 24 ବଲରେ 51 ରନର ଅପରାଜିତ ଇନିଂସ ଖେଳିଥିଲେ । ମିଲର 18 ଟି ବଲରେ 32 ର ଅପରାଜିତ ଇନିଂସ ଖେଳିଥିଲେ । ଏହିପରି ଗୁଜୁରାଟ 3 ୱିକେଟ୍ ହରାଇ 180 ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications