IPL 2023 : ଡବର ହେଡରରେ ଆଜି ଦିଲ୍ଲୀ-ବାଙ୍ଗଲୋର, ଲକ୍ଷ୍ନୌ-ପଞ୍ଜାବ ମୁକାବିଲା

IPL 2023: ଆଜି ଆଇପିଏଲରେ ଡବର ହେଡର । ପ୍ରଥମ ମ୍ୟାଚରେ ଦିଲ୍ଲୀ- ବାଙ୍ଗଲୋର ମଧ୍ୟରେ ହେବ ମୁକାବିଲା । ଦିଲ୍ଲୀ ଆଜି ବିଜୟ ଖାତା ଖୋଲିବା ଆଶାରେ ପଡ଼ିଆକୁ ଓହ୍ଲାଇବ । ଅପରପକ୍ଷରେ ବାଙ୍ଗଲୋର ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ । ଦିଲ୍ଲୀ ଏପର୍ଯ୍ୟନ୍ତ ସମସ୍ତ ଚାରିଟି ମ୍ୟାଚ୍ ହାରିଛି । ଆଜିର ମ୍ୟାଚ୍ ହାତେଇ ଏହି ପରାଜୟ ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

DC Vs RCB

ବାଙ୍ଗଲୋର ଦଳ ଏପର୍ଯ୍ୟନ୍ତ 3 ଟି ମ୍ୟାଚ୍ ମଧ୍ୟରୁ ଦୁଇଟି ହାରିଛି । ଗତ ଦୁଇଟି ମ୍ୟାଚ୍‌ରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲେ, ତେଣୁ ଆଜି ସେମାନେ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ ।

ଜବଲ ହେଡରର ଦ୍ୱିତୀୟ ମ୍ୟାଚରେ ପଡ଼ିଆରେ ମୁହାଁମୁହିଁ ହେବେ ଲକ୍ଷ୍ନୌ-ପଞ୍ଜାବ । ଲକ୍ଷ୍ନୌ ଦଳ ଏହି ମ୍ୟାଚ୍ ନିଜ ହୋମ୍ ଗ୍ରାଉଣ୍ଡ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳିବ ଏବଂ ର ବିଜୟ ଧାରା ଜାରି ରଖିବାକୁ ଚାହିଁବ ।

ଲକ୍ଷ୍ନୌ ଏପର୍ଯ୍ୟନ୍ତ ଆଇପିଏଲରେ ଏହାର ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତିଛି । ଯଦି ସେମାନେ ଆଜିର ମ୍ୟାଚରେ ଜିତିବାରେ ସଫଳ ହୁଅନ୍ତି, ତେବେ ସେମାନେ ବିଜୟର ହ୍ୟାଟ୍ରିକ୍ କରିବେ ।

ଅନ୍ୟ ପଟେ ପଞ୍ଜାବ କିଙ୍ଗ୍ସ ଦଳ କ୍ରମାଗତ ଦୁଇ ପରାଜୟ ପରେ ଆଜି ଲକ୍ଷ୍ନୌ କୁ ଭେଟିବ । ଯଦି ଆଜିର ମ୍ୟାଚ୍ ଦଳ ହାରିଯାଏ ତେବେ ସେମାନେ ପରାଜୟର ହ୍ୟାଟ୍ରିକ୍ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+