Get Updates
Get notified of breaking news, exclusive insights, and must-see stories!

IPL 2023 : ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହ ମୁହାଁମୁହିଁ ହେବ ଚେନ୍ନାଇ

CSK-LSG

ଆଇପିଏଲ୍ 2023 ର ଷଷ୍ଠ ମ୍ୟାଚ୍ ଆଜି ଖେଳାଯିବ । ଆଜିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ - ଲକ୍ଷ୍ନୌ ସୁପର ଜିଆଣ୍ଟସ୍ କୁ ଭେଟିବ । ଚାରି ବର୍ଷ ପରେ ଚେନ୍ନାଇ ଦଳ ନିଜ ଗ୍ରାଉଣ୍ଡରେ ଖେଳିବ । ସନ୍ଧ୍ୟା 7.30 ରେ ଏହି ମ୍ୟାଚ୍ ଖେଳାଯିବ । ଗତ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପରାଜୟ ପରେ ଚେନ୍ନାଇ ଦଳ ଏହି ମ୍ୟାଚ ହାତେଇବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଲକ୍ଷ୍ନୌ ଦଳ ଏହାର ବିଜୟ ଧାରା ବଜାୟ ରଖିବାକୁ ମଧ୍ୟ ପ୍ରୟାସ କରିବ ।

ଲକ୍ଷ୍ନୌ ନିଜର ଓପନର୍ ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 50 ରନରେ ପରାସ୍ତ କରିଛି । ଏଭଳି ସ୍ଥିତିରେ ଚେନ୍ନାଇ ଏବଂ ଲକ୍ଷ୍ନୌ ମଧ୍ୟରେ ଏକ ରୋମାଞ୍ଚକର ପାଳି ଦେଖିବାକୁ ମିଳିବ ।

ଆଇପିଏଲ୍ 2023 ର ଓପନର୍ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଗୁଜୁରାଟ - ଚେନ୍ନାଇ କୁ 5 ୱିକେଟରେ ପରାସ୍ତ କରିଛି । ଭଲ ସ୍କୋର କରିବା ପରେ ମଧ୍ୟ ଚେନ୍ନାଇ ଦଳ ଏହି ମ୍ୟାଚ୍ ହାରିଛି । ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଚେନ୍ନାଇ 178 ରନ୍ ସଂଗ୍ରହ କରିଥିଲା । କିନ୍ତୁ ଗୁଜୁରାଟ 4 ଟି ବଲ ବାକି ଥିବାବେଳେ ମ୍ୟାଚ୍ କୁ ନିଜ ହାତକୁ ନେଇଥିଲା । ସେହି ମ୍ୟାଚ୍‌ରେ ଚେନ୍ନାଇ ଓପନର୍ ଋତୁରାଜ ଗାୟକୱାଡ 92 ରନ୍‌ର ଏକ ବଡ଼ ଇନିଂସ ଖେଳିଥିଲେ । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ତାଙ୍କଠାରୁ ମଧ୍ୟ ଭଲ ସ୍କୋର ଆଶା କରାଯାଉଛି ।

ଅପରପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଆଇପିଏଲ୍ ରେ ବେଶୀ ଲମ୍ବା ଇତିହାସ ନାହିଁ । ଏହି ଦଳ ଗତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗରେ ପ୍ରବେଶ କରିଥିଲା । ପ୍ରଥମ ସିଜନରେ ଲକ୍ଷ୍ନୌ ଦଳ ପ୍ଲେ ଅଫରେ ପହଞ୍ଚିବାରେ ସଫଳ ହୋଇଥିଲା । ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ଚେନ୍ନାଇ ଏବଂ ଲକ୍ଷ୍ନୌ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଛି । ଆଇପିଏଲ୍ 2022 ରେ ଅନୁଷ୍ଠିତ ଏହି ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା । ଏହି ମନୋବଳରେ ଲକ୍ଷ୍ନୌ ଆଜିର ମ୍ୟାଚ ଚେନ୍ନାଇକୁ ପରାସ୍ତ କରିବାକୁ ପଡ଼ିଆକୁ ଓହ୍ଲାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+