IPL 2023: ଋତୁରାଜଙ୍କ ପରେ ରେ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂରେ 217 ରନ୍ କଲା ଚେନ୍ନାଇ
CSK Vs LSG : ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ 7 ୱିକେଟ୍ ହରାଇ 217 ରନ୍ କରିଛି । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓପନର୍ ଋତୁରାଜ ଗାୟକୱାଡ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ଡିୱନ୍ କନୱେ ମଧ୍ୟ ଚମତ୍କାର ବ୍ୟାଟିଂ କରିଛନ୍ତି ।

ଟସ୍ ଜିତିବା ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି । ଚେନ୍ନାଇ ସୁପର କିଙ୍ଗ୍ସ ଓପନର୍ ଋତୁରାଜ ଗାୟକୱାଡ ଏବଂ ଡିୱନ୍ କନୱେଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ବ୍ୟାଟ୍ସମ୍ୟାନ୍ ଦଳର ଖାତାରେ 110 ରନ୍ ଯୋଡିଥିଲେ । କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଗାୟକୱାଡ ଅର୍ଦ୍ଧଶତକ ସ୍କୋର କରିଛନ୍ତି । ସେ 25 ବଲରେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । 31 ବଲରେ 57 ରନ୍ ସ୍କୋର କରିବା ପରେ ଗାୟକୱାଡ ଆଉଟ୍ ହୋଇଛନ୍ତି ।
ଶେଷରେ ଅମ୍ବାତି ରାୟୁଡୁ ଏବଂ ଧୋନି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ପଡ଼ିଆକୁ ଓହ୍ଲାଇବା ମାତ୍ରେ ଧୋନି ପ୍ରଥମ ଦୁଇଟି ବଲରେ ଦୁଇଟି ଛକା ମାରିବା ପରେ ତୃତୀୟ ବଲରେ ଆଉଟ୍ ହୋଇଯାଇଥିଲେ । ଚେନ୍ନାଇ 7 ୱିକେଟ୍ ହରାଇ 217 ରନ୍ ସଂଗ୍ରହ କରିଛି । ରାଇଡୁ 14 ବଲରେ ଅପରାଜିତ 27 ରନ୍ କରିଛନ୍ତି ।












Click it and Unblock the Notifications