IPL 2023 : 13 ବର୍ଷ ପରେ ଚେପକରେ ମୁମ୍ବାଇ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ଚେନ୍ନାଇ

CSK Vs MI : ମୁମ୍ବାଇ କୁ ହରାଇଲା ଚେନ୍ନାଇ । 13 ବର୍ଷ ପରେ ଅର୍ଥାତ୍ 2010 ପରେ ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ନିଜ ନାମରେ କରିଛି ବିଜୟ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 6 ୱିକେଟରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ୍ ହରାଇ 139 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଚେନ୍ନାଇ 4 ୱିକେଟ୍ ହରାଇ ମ୍ୟାଚ୍ ହାସଲ କରିଥିଲା ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଖରାପ ପ୍ରଦର୍ଶ କରିଥିଲା । କେମରନ୍ ଗ୍ରୀନ୍ ମାତ୍ର 6 ରନ୍ କରିଥିଲେ । ଇଶାନ କିଶନ 7 ରନ୍ କରିଥିବା ବେଳେ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିଲେ ।
ମୁମ୍ବାଇ 14 ରନ୍ ରେ 3 ୱିକେଟ୍ ହରାଇ ସାରିଥିଲା । ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ନେହଲ ୱାଡେରା ଏକାଠି ଦଳର ସ୍କୋରକୁ ଆଗକୁ ନେଇଥିଲେ । 26 ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଆଉଟ୍ ହୋଇଥିଲେ । ଚମତ୍କାର ବ୍ୟାଟିଂ କରି ନେହଲ ୱାଡେରା ଅର୍ଦ୍ଧଶତକ ହାସ କରିଥିଲେ । ସେ 51 ବଲରେ 64 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।
ଟ୍ରିସ୍ଟନ ଷ୍ଟବ୍ସ ନିରାଶାଜନକ ପ୍ରଦର୍ଶନ କରିଥିଲେ । ସେ 21 ବଲରେ ମାତ୍ର 20 ରନ କରିଥିଲେ । ଏହିପରି ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ୍ ହରାଇ 139 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଚେନ୍ନାଇ ପକ୍ଷରୁ ପାଥିରାନା 3 ଟି ୱିକେଟ୍ ନେଇଥିଲେ । ସେହିପରି ତୁଷାର ପାଣ୍ଡେ ଏବଂ ଦୀପକ ଚହର 2 ଟି ଲେଖାଏଁ ୱିକେଟ୍ ନେଇଥିଲେ ।
କାଉଣ୍ଟର ଇନିଂସରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଋତୁରାଜ ଗାୟକୱାଡ ଏବଂ ଡିଭନ୍ କନୱେ ବ୍ୟାଟିଂ କରିଥିଲେ । ଉଭୟଙ୍କ ପ୍ରଦର୍ଶନ ବେଶ୍ ଭଲ ଥିଲା । ଉଭୟ ଦଳ ଖାତାରେ 46 ରନ ଯୋଡ଼ିଥିଲେ । ଗାୟକୱାଡ 16 ଟି ବଲରୁ 30 ବ୍ୟକ୍ତିଗତ ସ୍କୋର କରିଥିଲେ । ତାଙ୍କ ପରେ ଅଜିଙ୍କ୍ୟ ରାହାଣେ 17 ଟି ବଲରେ 21 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଅମ୍ବାତି ରାୟୁଡୁ 12 ରନ୍ ସ୍କୋର କରିଥିଲେ । ଭଲ ବ୍ୟାଟିଂ କରି ଡିଭନ୍ କନୱେ ଅର୍ଦ୍ଧଶତକ ମୁହାଁ ଥିଲେ ମଧ୍ୟ 44 ରନରେ ଆଉଟ୍ ହୋଇଥିଲେ ।
ଶିବମ୍ ଦୁବେ 18 ଟି ବଲରେ 26 ରନ୍ ଏବଂ ଧୋନି 2 ରନ୍ କରିଥିଲେ । ଏହିପରି ଚେନ୍ନାଇ 17.4 ଓଭରରେ 4 ୱିକେଟ୍ ହରାଇ 140 ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା । ପୀୟୁଷ ଚାୱଲା ମୁମ୍ବାଇ ପକ୍ଷରୁ 2 ୱିକେଟ୍ ନେଇଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications