Get Updates
Get notified of breaking news, exclusive insights, and must-see stories!

IPL Auction 2022 : ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ କିଶନ

ଇଶାନ ମୁମ୍ବାଇ ଦଳର ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି । ରୋହିତ ଶର୍ମା ଏକ ନମ୍ବରରେ ଅଛନ୍ତି, ଯାହାକୁ ମୁମ୍ବାଇ 16 କୋଟିରେ ରଖିଥିଲା ।

ନୂଆଦିଲ୍ଲୀ : ଆଇପିଏଲ୍ 2022 ନିଲାମରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଇଶାନଙ୍କୁ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଲରେ ସାମିଲ କରିଛି, କିନ୍ତୁ ଏଥିପାଇଁ ତାଙ୍କୁ ବହୁ ପରିମାଣର ଅର୍ଥ ଦେବାକୁ ପଡିଛି । ବାସ୍ତବରେ, ଏଥର ଇଶାନକୁ ମୁମ୍ବାଇ 15 କୋଟି 25 ଲକ୍ଷ ଟଙ୍କାରେ କିଣିଛି । ଏହା ମଧ୍ୟ ଆଇପିଏଲ୍ 2022 ନିଲାମର ସର୍ବୋଚ୍ଚ ବିଡ୍ ଥିଲା ।

ishan-dhoni

ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

ଏହା ସହିତ ଇଶାନ ମୁମ୍ବାଇ ଦଳର ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି । ରୋହିତ ଶର୍ମା ଏକ ନମ୍ବରରେ ଅଛନ୍ତି, ଯାହାକୁ ମୁମ୍ବାଇ 16 କୋଟିରେ ରଖିଥିଲା । ଏହା ବ୍ୟତୀତ ଇଶାନ କିଶନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ନିଲାମରେ ସର୍ବାଧିକ ରାଶି ପାଇଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ କୌଣସି ୱିକେଟ୍ କିପର ନିଲାମରେ ଏତେ ପରିମାଣର ଟଙ୍କା ପାଇବାରେ ସକ୍ଷମ ହୋଇନାହାଁନ୍ତି । ଏତିସହିତ କିଶାନ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । 2008 ରେ ଅନୁଷ୍ଠିତ ପ୍ରଥମ ସିଜିନର ପ୍ରଥମ ନିଲାମରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 15 କୋଟିରେ କିଣିଥିଲା ।| ସେବେଠାରୁ ଧୋନି ସବୁଠାରୁ ମହଙ୍ଗା ୱିକେଟ୍ କିପର ଥିଲେ, କିନ୍ତୁ ବର୍ତ୍ତମାନ ଇଶାନ କିଶନ ସବୁଠାରୁ ମହଙ୍ଗା ୱିକେଟ୍ କିପର ହୋଇପାରିଛନ୍ତି ।

ishan-dhoni

ଦ୍ୱିତୀୟ ଭାରତୀୟ ଖେଳାଳି ହେଲେ

ଏହା ବ୍ୟତୀତ ଇଶାନ କିଶନ ମଧ୍ୟ ଆଇପିଏଲ ଇତିହାସର ନିଲାମରେ ଦ୍ୱିତୀୟ ମହଙ୍ଗା ଭାରତୀୟ ହୋଇପାରିଛନ୍ତି । ତାଙ୍କ ପୂର୍ବରୁ ଯୁବରାଜ ସିଂ ଥିଲେ, ଯିଏକି 2015 ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ରୁ 16 କୋଟି ଟଙ୍କାର ନିଲାମୀ ପାଇଥିଲେ । ଆପଣଙ୍କୁ କହି ରଖୁଛୁ କ୍ରିସ୍ ମୋରିସ୍ ଆଜି ପର୍ଯ୍ୟନ୍ତ ସର୍ବାଧିକ ରାଶି ପାଉଥିବା ଖେଳାଳି । 2021 ମସିହାରେ, ରାଜସ୍ଥାନ ରୟାଲ୍ସ ତାଙ୍କୁ 16.25 କୋଟି ଟଙ୍କାରେ କିଣିଥିଲା ।

ishan

କାମରେ ଲାଗିଲା ବିସ୍ପୋରକ ଖେଳ

ଆପଣଙ୍କୁ କହି ରଖୁଛୁ, ଇଶାନଙ୍କ ବିସ୍ଫୋରକ ଖେଳ ତାଙ୍କ ମୂଲ୍ୟକୁ ବହୁଗୁଣିତ କରିଛି । ଗତ ସିଜନରେ ଇଶାନ ମୁମ୍ବାଇ ପାଇଁ ଖେଳିଥିଲେ । ତାଙ୍କୁ ଓପନର୍ ଭାବେ ମଧ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ ବହୁତ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ମୁମ୍ବାଇ ପୂର୍ବରୁ ଓପନର୍ କ୍ୱିଣ୍ଟନ୍ ଡି କକ୍ ଙ୍କୁ ହରାଇ ସାରିଛି, ତେଣୁ ମୁମ୍ବାଇ ଇଶାନ କିଣିବା ପାଇଁ ସମସ୍ତ ଶକ୍ତି ଲଗାଇଥିଲା । ପ୍ରଶଂସକମାନେ ରୋହିତ ଶର୍ମାଙ୍କ ସହ ଓପନର୍ ଖେଳୁଥିବା ନେଇ ଇଶାନଙ୍କୁ ଦେଖିବାକୁ ପାଇବେ । ଏହାପୂର୍ବରୁ ମୁମ୍ବାଇ କିଶାନକୁ 6 କୋଟି 60 ଲକ୍ଷ ଟଙ୍କା ଦେଉଥିଲା । କିନ୍ତୁ ଏଥର ତାଙ୍କୁ ବହୁତ ପରିମାଣର ଅର୍ଥ ଦେବାକୁ ପଡିଲା । କିଷାନଙ୍କ ବେସ୍ ପ୍ରାଇସ୍ ଥିଲା 2 କୋଟି ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+