ୱେଷ୍ଟଇଣ୍ଡିଜ୍ ଟୁର ପାଇଁ ଭାରତୀୟ ଦଳ ଘୋଷଣା: ପୂଜାରା ଆଉଟ୍, ଋତୁରାଜ, ଜୟସୱାଲ, ମୁକେଶଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଟୁର ପାଇଁ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ଘରିଛି ବିସିସିଆଇ। ତେବେ ଟି-୨୦ ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ରାହାଣେ ଟେଷ୍ଟରେ ଉପ-ଅଧିନାୟକ ହେବା ସହିତ ଏହି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ବି ଦାବିଦାର ।

india team

ୱେଷ୍ଟଇଣ୍ଡିଜ୍ ଟୁର୍ ପାଇଁ ଇଣ୍ଡିଆନ୍ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଉଭୟ ଫର୍ମାଟରେ ଅଧିନାୟକ ନଜର ଆସିବେ। ଏଥି ସହ ଅଜିଙ୍କ୍ୟ ରାହାଣେ ଟେଷ୍ଟରେ ଉପ-ଅଧିନାୟକ ଏବଂ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିବେ। ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି। ୱେଷ୍ଟଇଣ୍ଡିଜ୍ ଟୁରରେ ଟିମ୍ ଇଣ୍ଡିଆ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ଖେଳିବ। ଏହି ଟୁରରୁ ଭାରତର ପରବର୍ତ୍ତୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ ହେବ । ଏହା ସହିତ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବାର ସୁଯୋଗ ମିଳିବ।

ଖରାପ ଫର୍ମ ଯୋଗୁଁ ପୂଜାରା ଦଳରୁ ଓହରି ଯାଇଛନ୍ତି। ଫେବୃଆରୀ 2019 ଠାରୁ ପୂଜାରା ହାରାହାରି 29.98 ରେ 35 ଟି ଟେଷ୍ଟ ଇନିଂସରେ 1769 ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଏକ ଶତକ ଅନ୍ତର୍ଭୁକ୍ତ |

ଏହା ବ୍ୟତୀତ ଯୁବ କ୍ରିକେଟର ୠତୁରାଜ ଗାଇକୱାଡ, ଯଶସ୍ୱୀ ଜୟସୱାଲ ଏବଂ ଦ୍ରୁତ ବୋଲର ମୁକେଶ କୁମାର ମଧ୍ୟ ଟେଷ୍ଟ ଦଳରେ ପ୍ରବେଶ କରିଛନ୍ତି। ଏହି ଟେଷ୍ଟରେ କେ.ଏସ୍ ଭରତ ଏବଂ ଇଶାନ କିଶନ ଭାରତର ୱିକେଟ୍ କିପର ହେବେ। ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରୁ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ସ୍ପିନ୍ ଅଶ୍ୱିନ୍, ଜାଡେଜା ଏବଂ ଅକ୍ଷରଙ୍କ ଉପରେ ନିର୍ଭର କରିବ । ଏଥି ସହିତ ଦ୍ରୁତ ବୋଲିଂର ଦାୟିତ୍ୱ ଶାର୍ଦ୍ଦୁଲ, ମୁକେଶ, ସିରାଜ, ଉନାଦକତ ଏବଂ ନବଦୀପଙ୍କ ଉପରେ ରହିବ।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ୠତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିଚନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର , ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ, ନବଦୀପ ସାଇନି।

ଦିନିକିଆରେ ରିତୁରାଜ ଗାଇକୱାଡ ଏବଂ ସଞ୍ଜୁ ସାମସନ ଫେରିଛନ୍ତି। ସାମସନଙ୍କ ସହ ଇଶାନ କିଶନ ମଧ୍ୟ ୱିକେଟ୍ କିପର ଭାବରେ ଯୋଗ ଦେଇଛନ୍ତି।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, , ଜୟଦେବ ଉନାଦକତ, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+