Get Updates
Get notified of breaking news, exclusive insights, and must-see stories!

2-0 ରେ ସିରିଜ ହାତେଇଲା ଭାରତ

ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଥିବା ଟି-20 ମ୍ୟାଚ ଜିତି 2-0 ରେ ସିରିଜ ହାତେଇଲା ଭାରତ । ଗତକାଲି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇିବା ଦ୍ୱିତୀୟ ଟି-20 ମ୍ୟାଚରେ ଭାରତ ବିପକ୍ଷ ୱେଷ୍ଟ ଇଣ୍ଡିଜ ଦଳକୁ 8 ରନରେ ହରାଇଛି ।

କୋଲକାତା : ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଥିବା ଟି-20 ମ୍ୟାଚ ଜିତି 2-0 ରେ ସିରିଜ ହାତେଇଲା ଭାରତ । ଗତକାଲି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇିବା ଦ୍ୱିତୀୟ ଟି-20 ମ୍ୟାଚରେ ଭାରତ ବିପକ୍ଷ ୱେଷ୍ଟ ଇଣ୍ଡିଜ ଦଳକୁ 8 ରନରେ ହରାଇଛି । ଏଥିସହିତ ତିନିଟିକିଆ ସିରିଜକୁ 2-0ରେ ହାତେଇଛି ।

ind vs WI

ଗତକାଲିର ମ୍ୟାଚରେ ୱେଷ୍ଟ-ଇଣ୍ଡିଜ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଭାରତ ନିର୍ଦ୍ଧାରିତ 20 ଓଭରରେ ବିରାଟ କୋହଲି ଓ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ମୋଟ 186 ରନ୍ ସଂଗ୍ରହ କରିଥିଲା । କୋହଲି ଏବଂ ରିଷଭ ପନ୍ତ ଉଭୟ 52 ରନ୍ ଲେଖାଏଁ କରିଥିଲେ । ଏହାବ୍ୟତୀତ ଅଧିନାୟକ ରୋହିତ ଶର୍ମା 19 ଏବଂ ଭେଙ୍କଟେଶ ଆୟରଙ୍କ 18 ବଲରେ ଦ୍ରୁତ 33 ରନ୍ ଦଳକୁ 186 ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ।

187 ରନର ବିଜୟ ଲକ୍ଷ୍ୟର ପିଛା କରି ନିକୋଲାସ ପୁରନଙ୍କ 62 ରନ୍ ଏବଂ ରୋଭମାନ ପାୱେଲଙ୍କ ବିସ୍ପୋରକ 68 ରନ୍ ସତ୍ତ୍ୱେ ଦଳକୁ ନିରାଶ ହେବାକୁ ପଡ଼ିଥିଲା । ଭାରତ ପକ୍ଷରୁ ବୋଲର ଭୁବନେଶ୍ୱର କୁମାର, ଚହଲ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରି ଭାରତର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ରିଷଭ ପନ୍ତଙ୍କୁ ମ୍ୟାଚର 'ପ୍ଲେୟର ଅପ୍ ଦ ମ୍ୟାଚ୍' ଘୋଷଣା କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+