ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ଆଜି ଠାରୁ ଆରମ୍ଭ, ଇତିହାସ ଭାଙ୍ଗିବା ଲକ୍ଷ୍ୟରେ ରୋହିତ୍ ବାହିନୀ

Ind vs SA: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ ସ୍ଥାନୀୟ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ଦୀର୍ଘ ମାସର ବ୍ୟବଧାନ ପରେ ଭାରତ ପୁଣିଥରେ ଟେଷ୍ଟ ଅଭିଯାନକୁ ଆରମ୍ଭ କରୁଥିବା ବେଳେ ଦଳକୁ ଫେରିଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାହ ।

team india

ଭାରତୀୟ ସମୟ ଅପରାହ୍ନ 1.30 ରେ ମ୍ୟାଚ୍ ଆରମ୍ଭ ହେବ । ଦିନିକିଆ ବିଶ୍ୱକପ୍‌ ଫାଇନାଲ୍ ପରାଜୟ ପରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଏହା ପ୍ରଥମ ମ୍ୟାଚ୍ । ଦୁଇ ଦଳ ମଧ୍ୟରେ 31 ବର୍ଷର ଟେଷ୍ଟ ଇତିହାସରେ ଭାରତ କେବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ୍ ସିରିଜ ଜିତିନାହିଁ । ଏହି ତିନି ଦଶନ୍ଧି ମଧ୍ୟରେ ଭାରତ 2010-11 ‌ରେ ଶ୍ରେଷ୍ଠ ସୁଯୋଗ ପାଇଥିଲେ ମଧ୍ୟ ଏହା 1-1 ଅମୀମାଂସିତ ରହିଥିଲା ।
ସେହିଭଳି 2 ବର୍ଷ ତଳେ ଶେଷ ଗସ୍ତରେ ଭାରତ ପ୍ରଥମ ଟେଷ୍ଟ୍ ଜିତିତିଲେ ମଧ୍ୟ ପରବର୍ତ୍ତୀ ଦୁଇଟିରେ ହାରିଯିବାରୁ ସୁଯୋଗ ଖସିଯାଇଥିଲା । ତେଣୁ ଭାରତୀୟ ଟିମ ଏବେ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି ।

ତେବେ ଭାରତ ରାସ୍ତାରେ ବର୍ଷା ବାଧକ ସାଜିପାରେ । କାରଣ ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଫଳାଫଳ ନ ବାହାରିବାର ସମ୍ଭାବନା ମଧ୍ୟ ରହିଛି ।

ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ବିପକ୍ଷ ଘରୋଇ ଅପରାଜେୟ ପ୍ରଦର୍ଶନ ଧାରାକୁ ଜାରି ରଖିବା ଲକ୍ଷ୍ୟରେ ରହିବ । ଏହି ଶୃଙ୍ଖଳା ଶେଷରେ ପୂର୍ବତନ ଅଧିନାୟକ ଡିନ୍ ଏଲଗାର ଅବସର ନେବାକୁ ଯାଉଥିବାରୁ ଘରୋଇ ଦଳ ମଧ୍ୟ ଏକ ସଫଳ ବିଦାୟୀ ଦେବାକୁ ଆଶା ରଖିଛନ୍ତି । ଟେଷ୍ଟ୍ କ୍ରିକେଟ୍‌କୁ ଦୀର୍ଘ 9 ମାସ ପରେ ଫେରୁଥିବାରୁ ଦକ୍ଷିଣ ଆଫ୍ରିକା ପାଇଁ ଚ୍ୟାଲେଞ୍ଜ୍ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+