Ind Vs Pak: ଆଜି ପୁଣି ଅଧାରୁ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍

IND vs PAK Super 4 Match in Asia Cup 2023: ଆଜି ପୁଣି ଅଧାରୁ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍ । ଗତକାଲି (ରବିବାର) ଏସିଆ କପ୍ 2023ର ସୁପର-4 ମୁକାବିଲାରେ ବର୍ଷା ବାଧକ ସାଜିଥିଲା । ଏହା ପରେ ମ୍ୟାଚ୍ କୁ ସ୍ଥଗିତ ରଖାଯାଇଥିଲା । ଆଜି ରିଜର୍ଭ ଡେ' ରେ ମ୍ୟାଚ୍ ଅଧାରୁ ଖେଳାଯିବ ।

ind vs pak

ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି (24.1 ଓଭର)ଠାରୁ ହିଁ ପୁଣି ଖେଳିବ । ବର୍ଷା ଅଟକିବା ପରେ ଅନ୍ୟୁନ 20 ଓଭର ଖେଳାଇବାକୁ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ର ଗ୍ରାଉଣ୍ଡ୍ ଷ୍ଟାଫ୍ ଏବଂ ଅମ୍ପାୟାର୍‌ମାନେ ଚେଷ୍ଟା କରିଥିଲେ ମଧ୍ୟ ପୁଣି ବର୍ଷା ଫେରିବାରୁ ଦୁଇ ଅଧିନାୟକ ରୋହିତ ଶର୍ମା ଏବଂ ବାବର ଆଜମଙ୍କ ସହ ଆଲୋଚନା କରି ଅମ୍ପାୟାର୍‌ କ୍ରିସ୍ ଗଫାନି, ରୁଚିରା ପଲିଗୁରୁଗେ ସଂରକ୍ଷିତ ଦିବସରେ ଅବିଶିଷ୍ଟ ଭାଗ ଖେଳାଯିବ ବୋଲି ଘୋଷଣା କରିଥିଲେ ।

ମ୍ୟାଚ୍‌ ପୂର୍ବ ଭଳି 50 ଓଭର ବିଶିଷ୍ଟ ରହିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ଏଥି ସହିତ ଭାରତ କ୍ରମାଗତ 3 ଦିନ ଖେଳିବ ବୋଲି ମଧ୍ୟ ସୂଚନା ମିଳିଛି । କାରଣ ମଙ୍ଗଳବାର ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ସହ ଖେଳିବ । ସୋମବାର ପଡିଆକୁ ଓହ୍ଲାଇବେ ବିରାଟ ଓ କେ.ଏଲ ରାହୁଲ ।
ରବିବାର ଖେଳା ଯାଇଥିବା ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲାରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ମାତ୍ର ଭାରତୀୟ ପାଳିର 24.1 ଓଭରରୁ ବର୍ଷା ଆରମ୍ଭ ହୋଇଥିଲା । ତେବେ ମ୍ୟାଚ ବିଷୟରେ କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଦମଦାର ଆରମ୍ଭ କରିଥିଲା । ବର୍ଷା ହେବା ପୂର୍ବରୁ ଭାରତ 24.1 ଓଭରରେ ଦୁଇ ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।
ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ ।
ତେବେ ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଥିଲେ ବିରାଟ୍ କୋହଲି । ବିରାଟ କୋହଲି 16 ବଲରୁ 8 ରନ ଏବଂ ଶୁଭମନଙ୍କ ପରେ ବ୍ୟାଟିଂ ଆସିଥିବା ଲୋକେଶ ରାହୁଲ 28 ବଲରୁ 17 ରନ କରି ଅପରାଜିତ ରହିଛନ୍ତି । ପାକିସ୍ତାନ ପକ୍ଷରୁ ଶାଦବ ଖାନ ଏବଂ ଶାହିନ୍ ଆଫ୍ରିଦି 1-1 ୱିକେଟ୍ ନେଇଛନ୍ତି ।
ସୂଚନାଥାଉ କି, ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ ଖେଳିଥିଲା । କିନ୍ତୁ ପାକିସ୍ତାନ ଦଳ ଗୋଟିଏ ବି ବଲ ଖେଳି ପାରି ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+