Get Updates
Get notified of breaking news, exclusive insights, and must-see stories!

IND VS AUS: ଫାଇନାଲରେ ବଦଳିବ କି ଭାରତର ଟିମ୍ ? କଙ୍ଗାରୁ ଦଳ ବିରୋଧରେ ପଡ଼ିଆକୁ ଓହ୍ଳାଇବେ କି ଏହି 11 ଖେଳାଳି

IND VS AUS: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସମସ୍ତ 10 ମ୍ୟାଚରେ ଅପରାଜିତ ରହି ନିଜର ଚମତ୍କାର ପ୍ରଦର୍ଶନ ଦେଖାଇଥିବା ଟିମ୍ ଇଣ୍ଡିଆର ଫାଇନାଲ୍ ଖେଳ ଉପରେ ରହିଛି ସମସ୍ତଙ୍କ ନଜର । କଙ୍ଗାରୁ ଦଳକୁ ହରାଇ 20 ବର୍ଷ ପୁରୁଣା ପ୍ରତିଶୋଧ ନେବା ସହ ଚତୁର୍ଥଥର ପାଇଁ ବିଶ୍ୱ ବିଜେତା ହେବା ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ ।

india playing 11

ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଆ । ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ଇଣ୍ଡିଆର ଟିମ୍ ସନ୍ତୁଳିତ ରହିଛି । ପ୍ରତ୍ୟେକ ଖେଳାଳିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକ ରହିଥିବା ବେଳେ ସମସ୍ତ ଖେଳାଳି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି । ତେବେ ଫାଇନାଲ୍ ମ୍ୟାଚ୍ ପାଇଁ ଦଳ କିପରି ହେବ ଏବଂ କାହାର ଭୂମିକା କ'ଣ ରହିବ ସେ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ଏପରିକି କଙ୍ଗାରୁ ଦଳକୁ ହରାଇବାକୁ ଦଳରେ କିଏ କିଏ ସ୍ଥାନ ପାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଓପନର୍ ବ୍ୟାଟ୍ସମ୍ୟାନ୍:

ରୋହିତ ଶର୍ମାଙ୍କ ଭୂମିକା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ରହିଛି । ସେ ପଡ଼ିଆକୁ ଓହ୍ଲାଇବା ପରେ ଦଳର ସ୍କୋର ବଢିଚାଲୁଛି । ପ୍ରତ୍ୟେକ ମ୍ୟାଚରେ ସେ ବେଶ୍ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହ ଶୁବମନ ଗିଲ ମଧ୍ୟ ନୂଆ ବଲ୍ କୁ ଭଲ ଭାବରେ ସାମ୍ନା କରିବାରେ ସଫଳ ହେଉଛନ୍ତି । ତେବେ ଗିଲ ଏବଂ ରୋହିତ ଓପନର୍ ଭାବରେ ରହିବା ଏକ ପ୍ରକାର ସ୍ଥିର ବୋଲି ବିବେଚନା କରାଯାଉଛି ।

ମିଡିଲ୍ ଅର୍ଡର ଏବଂ ଅଲ୍ ରାଉଣ୍ଡର୍:

ଓପନରଙ୍କ ପରେ ତୃତୀୟ ସ୍ଥାନରେ ଖେଳୁଥିବା ବିରାଟ କୋହଲିଙ୍କ ଦାୟିତ୍ୱ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ ଗୋଟିଏ ପଟେ ରନ୍ ସ୍କୋର କରି ଶେଷ ପର୍ଯ୍ୟନ୍ତ ଇନିଂସକୁ ନେବାରେ ବେଶ୍ ସଫଲ ହେଉଛନ୍ତି । ତାଙ୍କ ପରେ ଶ୍ରେୟସ୍ ଆୟର ଏହି ବିଶ୍ୱକପ୍‌ରେ ଖୁବ୍ ଭଲ ପ୍ରଦର୍ଶ କରିବା ସହ ବଲ ସ୍କୋର କରିଛନ୍ତି । ସେ କ୍ରିଜକୁ ଆସିବା ମାତ୍ରେ ଚଉକା ଛକାରେ ଭାରତ ଦଳର ସ୍କୋର ବଢାଇ ପ୍ରତିପକ୍ଷ ଆଗରେ ବଡ଼ ଟାର୍ଗେଟ୍ ରଖିବାରେ ସହାୟକ ହେଉଛନ୍ତି । ସେହିପରି କେ.ଏଲ୍ ରାହୁଲ ମଧ୍ୟ ଭଲ ଖେଳୁଛନ୍ତି । ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନରେ ଅଛନ୍ତି । ସେ ଶେଷ ମୁହୂର୍ତ୍ତରେ ଭଲ ବ୍ୟାଟିଂ କରିବା ସହ ଦଳର ସ୍କୋର ସମ୍ଭାଳିଛନ୍ତି । ଜାଡେଜା ଜଣେ ଅଲରାଉଣ୍ଡର ଭାବରେ ଖେଳୁଛନ୍ତି । ଏହି ବିଶ୍ୱକପ୍‌ରେ ସେ ବୋଲିଂରେ ଭଲ ପ୍ରଦର୍ଶନ କରିଛନ୍ତି । ଏପରିକି ବ୍ୟାଟିଂ କରିବାକୁ ଆସିବା ପରେ ମଧ୍ୟ ସେ ନିଜର ଭୂମିକା ଭଲ ଭାବେ ପୂରଣ କରିଛନ୍ତି ।

ବୋଲର୍ସ:

ଭାରତର ସାମ୍ଭାବ୍ୟ ଏକାଦଶରେ ତିନି ଜଣ ଦ୍ରୁତ ବୋଲର ରହିବେ । ମହମ୍ମଦ ଶାମି ଜବରଦସ୍ତ ବୋଲିଂ କରି ତିନି ଥର 5 ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଏପରିକି ଗତ ମ୍ୟାଚରେ ସେ ଏକାକି 7 ଟି ୱିକେଟ୍ ନେବା ସହ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏପରିକି ବିପକ୍ଷର ରନ୍ କୁ କମାଇବା ସହ ୱିକେଟ୍ ନେବା କ୍ଷମତା ରଖିଥିବା ଜଣେ ବୋଲର ଜସପ୍ରୀତ ବୁମ୍ରା । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ ଅଛନ୍ତି । କୁଲଦୀପ ଯାଦବ ସ୍ପିନ୍ ବୋଲର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହିପରି, ଟିମ୍ ଇଣ୍ଡିଆ ଫାଇନାଲ୍ ପାଇଁ ଏହି 11 ଖେଳାଲିଙ୍କୁ ରଖିବା ନେଇ ଆଶା କରାଯାଉଛି । ଦଳରେ ପରିବର୍ତ୍ତନର କୌଣସି ବିବଚେନା କରାଯାଉନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+