For Quick Alerts
Turn On Notification  
For Daily Alerts
Oneindia App Download

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ମ୍ୟାଚ ପାଇଁ ଭାରତର ଦଳ ଘୋଷଣା , କୋହଲି ଆଉଟ୍, ଧାୱନ-ଜାଡେଜାଙ୍କୁ ବଡ଼ ଦାୟିତ୍ୱ

ୱେଷ୍ଟଇଣ୍ଡିଜ୍, ପୋର୍ଟ ଅଫ୍ ସ୍ପେନରେ ଖେଳାଯିବାକୁ ଥିବା 3 ଟି ଦିନିକିଆ ଆନ୍ତର୍ଜାତୀୟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିଶେଷ କଥା ହେଉଛି ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତ, କେ.ଏଲ୍ ରାହୁଲଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାହାରେ ରଖାଯାଇଛି ।

|

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି -20 ସିରିଜ ଖେଳିବ ଯେଉଁଠାରେ ରୋହିତ ଶର୍ମା ଅଧିନାୟକ ଭାର ତୁଲାଇବେ । ଏହା ପରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଭ୍ରମଣ କରିବାକୁ ପଡିବ ଏବଂ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ଏହି ଯାତ୍ରା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୱେଷ୍ଟଇଣ୍ଡିଜରେ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ଏବଂ ପାଞ୍ଚଟି ଟି -20 ସିରିଜ୍ ଖେଳିବ ଯାହା 22 ଜୁଲାଇରୁ ଆରମ୍ଭ ହେବ ଏବଂ ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି ।

sikhar dhawan

ୱେଷ୍ଟଇଣ୍ଡିଜ୍, ପୋର୍ଟ ଅଫ୍ ସ୍ପେନରେ ଖେଳାଯିବାକୁ ଥିବା 3 ଟି ଦିନିକିଆ ଆନ୍ତର୍ଜାତୀୟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିଶେଷ କଥା ହେଉଛି ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତ, କେ.ଏଲ୍ ରାହୁଲଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାହାରେ ରଖାଯାଇଛି । ଆହତ କାରଣରୁ ବାଦ୍ ପଡ଼ିଥିଲେ । ଏହି ଦଳର ଅଧିନାୟକ ରହିବେ ଶିଖର ଧାୱନ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ କରାଯାଇଛି । ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଇଶାନ କିଶନ ଏବଂ ସଞ୍ଜୁ ସାମସନଙ୍କୁ ୱିକେଟ୍ କିପର ଭାବେ ରଖାଯାଇଛି ।

ଏଥି ସହିତ ଟି -20 ରେ ଫିନିସର ହୋଇଥିବା ଦୀନେଶ କାର୍ତ୍ତିକଙ୍କୁ ଦିନିକିଆ ମ୍ୟାଚ୍ ପାଇଁ ଯୋଗ୍ୟ ବିବେଚନା କରାଯାଇ ନାହିଁ । କେବଳ ଏତିକି ନୁହେଁ ମହମ୍ମଦ ଶାମି ମଧ୍ୟ ଏହି ଦଳରେ ନଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଖେଳାଳି ଜସପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଏହି ଦଳ ସଂପୂର୍ଣ୍ଣ ଯୁବ ଖେଳାଳୀରେ ପରିପୂର୍ଣ୍ଣ । ଏହି ଦଳରେ ଅର୍ଶଦୀପ ସିଂହ ସ୍ଥାନ ପାଇଛନ୍ତି । ଆୱେଶ ଖାନଙ୍କୁ ମଧ୍ୟ ଦନିକିଆ ଖେଳିବାର ସୁଯୋଗ ମିଳିଛି ।

ଦଳରେ ଶିଖର ଧାୱନ (ଅଧିନାୟକ), ସଞ୍ଜୁ ସାମସନ, ଇଶାନ କିଶନ, ଶୁଭମନ ଗିଲ, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଇକୱାଡ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆୱେଶ ଖାନ, ପ୍ରସିଦ୍ଦ କୃଷ୍ଣ, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ ରହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Team Announced Against West Indies ODI and T-20, Big Responsibility to Sikhar Dhawan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X