Get Updates
Get notified of breaking news, exclusive insights, and must-see stories!

ଦକ୍ଷିଣ ଆଫ୍ରିକାକୁ ୩୦ରନ୍‌ରେ ହରାଇଲା, ସିରିଜ୍‌ ଜିତିଲା ଭାରତ

ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ ବାତିଲ୍‌ ହୋଇଥିବା ବେଳ ଭାରତ ତିନୋଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍‌ ଜିତିଛି । ସିରିଜ୍‌କୁ ଭାରତ ୩-୧ରେ ଜିତିଛି । ଅହମ୍ମଦାବାଦରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୨୩୨ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବ୍‌ରେ ଦକ୍ଷିଣ ଆଫ୍ରିକା ୮ ଓ୍ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟର ଡିକକ୍‌ ସର୍ବାଧିକ ୬୫ ରନ୍‌ କରିଥିଲେ । ଭାରତର ବରୁଣ ଚକ୍ରବର୍ତ୍ତୀ ୪ ଓ୍ୱିକେଟ୍‌ ହାସଲ କରିଥିବା ବେଳେ ,ଜସ୍‌ପ୍ରୀତ ବୁମରାହ୍‌ ୨ଟି, ଅର୍ଶଦୀପ ସିଂ ୧ ହାର୍ଦ୍ଦିକ ପାଣ୍ଡ୍ୟା୧ ଓ୍ୱିକେଟ୍‌ ନେଇଥିଲେ ।

won the series

ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୩୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ(୨୫ବଲ) ଏବଂ ତିଳକ ବର୍ମାଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ୭୩ (୪୨ବଲ) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୨୩୧ ରନ କରିଥିଲା। ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ହାର୍ଦ୍ଦିକଙ୍କ ୬୩ ରନର ପାଳି ମଧ୍ୟରେ ୫ ବିଶାଳ ଛକା ଓ ୫ ଚଉକା ସାମିଲ ଥିଲା। ସିରିଜ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ହେବ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ଦୁଇ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଭାରତକୁ ଭଲ ପ୍ରାରମ୍ଭ ହୋଇଥିଲେ। ଉଭୟେ ପ୍ରଥମ ଉଇକେଟରେ ୬୩ ରନ ଯୋଡ଼ିଥିଲେ। ୫.୪ ଓଭରରେ ଅଭିଷେକ ପ୍ରଥମ ଉଇକେଟ ଭାବେ ୨୧ ବଲରୁ ୩୪ ରନ କରି ଆଉଟ ହୋଇଥିଲେ। ସାମସନ ୨୨ ବଲରୁ ୩୭ ରନ କରି ଦ୍ବିତୀୟ ଉଇକେଟ ଭାବେ ୯୭ ରନରେ ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏହି ମ୍ୟାଚରେ ବିଫଳ ହୋଇଥିଲେ। ସେ ମାତ୍ର ୫ ରନ କରିଥିଲେ।

ତେବେ ତିଳକ ବର୍ମା ଏବଂ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ। ପାଣ୍ଡ୍ୟାଙ୍କ ବ୍ୟାଟରୁ ୫ ଟି ବିଶାଳ ଛକା ଦେଖିବାକୁ ମିଳିଥିଲା। ଶିବମ ଦୁବେ ୩ ବଲରୁ ଗୋଟିଏ ଛକା ଏବଂ ଗୋଟିଏ ଚଉକା ସହିତ ୧୦ ରନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+