ଇଣ୍ଡିଆ Vs ପାକିସ୍ତାନ ମ୍ୟାଚ୍: ଭାରତ ପାଖରେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଖେଳିଥିବା ୯ ଖେଳାଳି
IND Vs PAK Match: କ୍ରିକେଟ୍ ଦିନିକିଆ ବିଶ୍ୱକପ୍ 2023 ଆରମ୍ଭ ହେବା ପର ଠାରୁ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ । ଆଜି ସୁଦ୍ଧା 10 ଟି ମ୍ୟାଚ୍ ଖେଳା ସରିବା ସହ ଆସନ୍ତା କାଲି ରହିଛି ଭାରତ ବନାମ ପାକିସ୍ତାନ ହାଇ ଭୋଲ୍ଚେଜ୍ ମ୍ୟାଚ୍ । ଶନିବାର ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଅହମ୍ମଦାବାଦ୍ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ।

ସାରା ବିଶ୍ୱର ନଜର ରହିଛି ଏହି ମ୍ୟାଚ୍ ଉପରେ । ଯଦିଓ ପାକିସ୍ତାନ ଏ ପର୍ଯ୍ୟନ୍ତ ବିଶ୍ୱକପ୍ ରେ ଭାରତକୁ କେବେ ହରାଇପାରିନାହିଁ । ଭାରତ ସବୁବେଳେ ପାକିସ୍ତାନ ବିପକ୍ଷରେ ଅପରାଜୟ ରହି ଆସିଛି । କିନ୍ତୁ ଚଳିତ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମ୍ୟାଚ୍ ହାଇ ଭୋଲ୍ଟେଜ୍ ରହିବ ବୋଲି ଆଶା କରାଯାଉଛି । ଉଭୟ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଉଭୟଙ୍କ ପାଖରେ ରହିଛନ୍ତି ପରସ୍ପର ବିପକ୍ଷରେ ବିଶ୍ୱକପ୍ ଖେଳିଥିବା ଅଭିଜ୍ଞ ଖେଳାଳି ।
ଏଥର ମଧ୍ୟ 2015 ଓ 2019 ବିଶ୍ୱକପ ପରି ଭାରତ ଏଥର ମଧ୍ୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଆଶା କରୁଛି । ତଥାପି ଭାରତର ୯ ଜଣ ଖେଳାଳିଙ୍କ ନିକଟରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳିବା ଅଭିଜ୍ଞତା ରହିଛି । ରୋହିତ, ବିରାଟ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମସ ସାମି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଖେଳିସାରିଛନ୍ତି ।
ସେହିପରି ପ୍ରତିପକ୍ଷ ପାକିସ୍ତାନର ବାବର ଆଜମ, ଫଖର ଜମାନ, ଇମାମ ଉଲ ହକ, ଶାଦାବ ଖାଁ ଓ ହାସନ ଅଲୀ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଛନ୍ତି ।












Click it and Unblock the Notifications