୧୦୮ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ : ସାମିଙ୍କୁ ତିନୋଟି ୱିକେଟ
୧୦୮ ରନରେ ଅଲଆଉଟ୍ ହେଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିକ୍ସ ସର୍ବାଧିକ ୩୬ ରନ୍ କରିଥିବା ବେଳେ ମିଚେଲ୍ ବ୍ରେସଓ୍ୱେଲ୍ ୨୨ ରନ୍, ମେଚଲ୍ ସାଣ୍ଟନର ୨୭ ରନ୍ କରିଥିଲେ । ତେବେ ଆଉ କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ବି ଛୁଇଁପାରି ନାହାନ୍ତି ।

ସେହିପରି ମହମ୍ମଦ ସାମି ଭାରତ ପକ୍ଷରୁ ୬ ଓଭର ବୋଲିଂ କରି ୧୮ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଛନ୍ତି । ଓ୍ୱାସିଂଟନ୍ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ତେବେ ୧୦୯ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭାରତ ଆଜିର ମ୍ୟାଚ୍ ଜିତିଲେ ୨-୦ ରେ ସିରିଜରେ ଆଗୁଆ ରହିବ। ଦଳ ପ୍ରଥମ ଦିନିକିଆ ଜିତି ୧-୦ରେ ଆଗୁଆ ରହିଛି।
ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲା। ମ୍ୟାଚରେ ଆଜି ଏକ କୌତୁହଳ ଦେଖିବାକୁ ମିଳିଥିଲା। ଟସ୍ ପଡ଼ିବ ବେଳେ ରୋହିତ ପାଖାପାଖି ୧୪ ସେକେଣ୍ଡ ସମୟ ନେଇ ପ୍ରଥମେ ବୋଲିଂ କରିବୁ ବୋଲି କହିଥିଲେ।

Click it and Unblock the Notifications