Ind Vs Nz: ସେମିରେ ରନ୍ ବର୍ଷା, କ୍ୱିୱି ଆଗରେ 398 ଟାର୍ଗେଟ୍
Ind Vs Nz: ଆଇସିସି ଦିନିକିଆ ବିଶ୍ୱକପ୍ 2023 ର ପ୍ରତ ସେମି ଫାଇନାଲରେ ୱାନଖେଡ଼େ ଷ୍ଡାଡ଼ିୟମରେ ରନ୍ ବର୍ଷା । ଭାରତୀୟ ଦଳର ସମସ୍ତ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ହୋଇଛି ଜବରଦସ୍ତ ରନ୍ । ବିପକ୍ଷ କିୱି ଦଳ ଆଗରେ 398 ରନ୍ ର ବିଜୟ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।

ଟସି ଜିଣି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଜବରଦସ୍ତ ପ୍ରଦର୍ଶନ କରି ବିଶାଳ ସ୍କୋର ଛିଡ଼ା କରିଛି । ଅଧିନାୟକ ରୋହିତଙ୍କ ଧୁଆଁଧାର ବ୍ୟାଟିଂରୁ ଆରମ୍ଭ ହୋଇଥିବା ଇନିଂସରେ ରୋହଲି, ଶୁବମନ୍ ଗିଲ୍, ଶ୍ରେୟସ ଆୟର ଏବଂ କେ ଏଲ୍ ରାହୁଲଙ୍କ ଚୌକାରେ ଶେଷ ହୋଇଛି ।
ଭାରତୀୟ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା 4 ଟି ଚୌକା ଓ 4 ଟି ଛକା ବଳରେ 29 ବଲରୁ 47 ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଶୁବମନ୍ ଗିଲ୍ ଏବଂ କୋହଲିଙ୍କ ଯୋଡ଼ି ଭାରତ ଖାତାରେ ରନ୍ ବର୍ଷା କରାଇଥିଲା । ଶୁବମନ୍ 66 ବଲରୁ 8 ଚୌକା ଓ 3 ଛକା ବଳରେ 80 ରନ୍ କରିଛନ୍ତି । ସେହିପରି ରେକର୍ଡ ମ୍ୟାନ୍ କୋହଲିଙ୍କ ପ୍ରଦର୍ଶନ ଆଜି ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଉପଭୋଗର ଖୋରାକ ଯୋଗାଇଛି । କୋହଲି 9 ଚୌକା ଓ 2 ଛକା ବଳରେ 113 ବଲରୁ ମୋଟ୍ 117 କରି ଆଉଟ୍ ହୋଇଥିଲେ ସୁଦ୍ଧା ନିଜ ନାଁ ରେ କରିଯାଇଛନ୍ତି ଦୁଇ ଦୁଇଟି ରେକର୍ଡ । ଗୋଟିଏ ଦିନିକିଆ ବିଶ୍ୱକପରେ ସର୍ବାଧିକ ରନ୍ ସହ ସର୍ବାଧିକ ଶତକ ର ରେକର୍ଡ କରିଛନ୍ତି କୋହଲି ।
ଏହା ସହ ଶ୍ରେୟସ୍ ଆୟରଙ୍କ ବ୍ୟାଟରୁ ଆଜି ହୋଇଛି ଛକା ବର୍ଷା । 70 ବଲରୁ ସେ 8 ଛକା ଓ 4 ଚୌକା ସହ 105 ରନ୍ କରିଛନ୍ତି । ସେହିପରି କେ ଏଲ୍ ରାହୁଲ 20 ବଲରୁ 39 ରନ୍ କରିଛନ୍ତି । ଏଥି ସହ ନ୍ୟୁଜିଲାଣ୍ଡ ଆଗରେ 398 ରନ୍ ର ବିଜୟ ଲକ୍ଷ୍ୟ ରଖିଛି ମେନ୍ ଇନ୍ ବ୍ଲୁ ।












Click it and Unblock the Notifications