୮ ୱିକେଟରେ ଜିତି ୨-୦ ରେ ସିରିଜ ହାତେଇଲା ଭାରତ

ସହଜରେ ବିଜୟ ଲାଭ କଲା ଭାରତ । ମାତ୍ର ୧୦୯ ରନର ଟାର୍ଗେଟକୁ ପିଛା କରି ଦଳ ୨୧ ଓଭରରେ ବିଜୟଲାଭ କରିଛି ।

India Team

ସହଜରେ ବିଜୟ ଲାଭ କଲା ଭାରତ । ମାତ୍ର ୧୦୯ ରନର ଟାର୍ଗେଟକୁ ପିଛା କରି ଦଳ ୨୧ ଓଭରରେ ବିଜୟଲାଭ କରିଛି । ରୋହିତ ଶର୍ମା ସର୍ବାଧିକ ୫୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ ମାତ୍ର ୧୧ ରନରେ ଆଉଟ୍ ହୋଇଛନ୍ତି । ମ୍ୟାଚ୍ ଶେଷ ବେଳକୁ ଗିଲ ୪୩ ଓ ଇଶାନ କିସାନ ୮ ରନ କରି କ୍ରିଜରେ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହେନେରି ଓ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ୧୦୮ ରନରେ ଅଲଆଉଟ୍ ହୋଇଥଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍‌ ଫିଲିକ୍ସ ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ମିଚେଲ୍‌ ବ୍ରେସଓ୍ୱେଲ୍‌ ୨୨ ରନ୍‌, ମେଚଲ୍‌ ସାଣ୍ଟନର ୨୭ ରନ୍‌ କରିଥିଲେ। ତେବେ ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ବି ଛୁଇଁପାରି ନଥିଲେ ।

ସେହିପରି ମହମ୍ମଦ ସାମି ଭାରତ ପକ୍ଷରୁ ୬ ଓଭର ବୋଲିଂ କରି ୧୮ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ନେଇଥିଲେ । ଓ୍ୱାସିଂଟନ୍‌ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।
ଭାରତ ଆଜିର ମ୍ୟାଚ୍ ଜିତି ୨-୦ ରେ ସିରିଜରେ ଆଗୁଆ ରହିଛି ।

ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲା । ମ୍ୟାଚରେ ଆଜି ଏକ କୌତୁହଳ ଦେଖିବାକୁ ମିଳିଥିଲା । ଟସ୍ ପଡ଼ିବା ବେଳେ ରୋହିତ ପାଖାପାଖି ୧୪ ସେକେଣ୍ଡ ସମୟ ନେଇ ପ୍ରଥମେ ବୋଲିଂ କରିବୁ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+