Cricket News: କମାଲ କଲା ରୋହିତବାହିନୀ, ଭାଙ୍ଗିଲେ 112 ବର୍ଷର ରେକର୍ଡ
Ind Vs Eng Test Series: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା 5 ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିଜିରେ ବାଜି ମାରିଛି ଭାରତୀୟ ଦଳ । ପଞ୍ଚମ ଟେଷ୍ଟରେ ବିଜୟୀ ହୋଇ 4-1 ରେ ସିରିଜ ହାତେଇଛି ରୋହିତବାହିନୀ । ଶେଷ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡକୁ ଧରାଶାୟୀ କରିଛି ଭାରତୀୟ ଦଳ ।

ଧର୍ମଶାଳାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ 64 ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଦୁଇ ଦିନ ଥାଇ ବି ମ୍ୟାଚ୍ ହାତେଇଛି ଟିମ ଇଣ୍ଡିଆ । ସ୍ପିନର ଆର. ଅଶ୍ଵୀନ ସର୍ବାଧିକ 5 ଟି ୱିକେଟ ନେଇଛନ୍ତି ।
ଏହା ସହ ଅଧିନାୟକ ରୋହିତବାହିନୀ 112 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଭାରତର ଏହି ବିଜୟ କ୍ରିକେଟ ଇତିହାସର 112 ବର୍ଷର ଇତିହାସରେ ବଡ଼ ପରିବର୍ତ୍ତନ କରିଛି । କୌଣସି ଟିମ୍ ପ୍ରତିପକ୍ଷଙ୍କୁ 5 ଟିକିଆ ସିରିଜରେ 4-1 ପରାଜିତ କରିଛି । ଶେଷ ଥର ପାଇଁ 1912 ମସିହାରେ ଇଂଲଣ୍ଡ ଏଭଳି ବିଜୟ ହାସଲ କରି ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ଏବେ ଭାରତ ଇଂଲଣ୍ଡର ଏହି ରେକର୍ଡକୁ ଭାଙ୍ଗିଛି । ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡ ବିରୋଧରେ 1897-98 ଏବଂ 1901-02 ଏଭଳି ରେକର୍ଡ କରିଥିଲା ।












Click it and Unblock the Notifications