Ind Vs Eng Test Series: ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ, ଘାଇଲା କଲା ଅଶ୍ୱିନୀଙ୍କ ବୋଲିଂ
Ind Vs Eng Test Series: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିଜିରେ ବାଜି ମାରିଛି ଭାରତୀୟ ଦଳ । ପଞ୍ଚମ ଟେଷ୍ଟରେ ବିଜୟୀ ହୋଇ 4-1 ରେ ସିରିଜ ହାତେଇଛି ରୋହିତ ବାହିନୀ । ଶେଷ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡକୁ ଧରାଶାୟୀ କରିଛି ଭାରତୀୟ ଦଳ ।

ଧର୍ମଶାଳାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ 64 ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଭାରତୀୟ ସ୍ପିନରଙ୍କ ଆଗରେ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଦୁଇ ଦିନ ଥାଇ ବି ମ୍ୟାଚ୍ ହାତେଇଛି ଟିମ ଇଣ୍ଡିଆ । ସ୍ପିନର ଆର. ଅଶ୍ଵୀନ ସର୍ବାଧିକ 5 ଟି ୱିକେଟ ନେଇଛନ୍ତି । କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । ସେହିପରି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି । ଇଂଲଣ୍ଡ ପ୍ରଥମ ଇନିଂସରେ 218 ରନ କରିଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ ବିଶାଳ 477 ରନ ସ୍କୋର କରିଥିଲା ।
ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡଠାରୁ 259 ରନରେ ଆଗୁଆ ରହିଥିଲା । ତେବେ ଇଂଲଣ୍ଡର ଦ୍ଵିତୀୟ ପାଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ର 113 ରନରେ 6 ଟି ୱିକେଟ ହରାଇଥିଲା ଇଂଲଣ୍ଡ । ପ୍ରଥମ ଇନିଂସରେ ଦମଦାର ଖେଳ ଦେଖାଇ ବିଶାଳ ସ୍କୋର କରିଥିଲେ ଭାରତୀୟ ବ୍ୟାଟର । ଅଧିନାୟକ ରୋହିତ ଶର୍ମା 103 ରନ ସଂଗ୍ରହ କରିଥିବାବେଳେ ଶୁବମନ ଗିଲ 110 ରନ କରିଥିଲେ । ପାଡିକଲ ତୃତୀୟ ସର୍ବାଧିକ 65, ଯଶସ୍ଵୀ ଜୟସ୍ଵାଲ 57 ଏବଂ ସରଫରାଜ ଖାନ 56 ରନ କରିଥିଲେ । ଇଂଲଣ୍ଡର ଶୋଏବ ବଶୀରଙ୍କୁ 5 ୱିକେଟ ମିଳିଥିଲା ।












Click it and Unblock the Notifications