Ind Vs Eng 3rd Test: ଘୋଷଣା ହେଲା ଭାରତୀୟ ଦଳ, ବାଦ ପଡ଼ିଲେ ଏହି ଖେଳାଳି

Ind Vs Eng 3rd Test: ଇଂଲଣ୍ଡ ବିପକ୍ଷରେ ଖେଲାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଫେବୃଆରୀ 10, ଶନିବାର ଦିନ ଇଂଲଣ୍ଡ ବିପକ୍ଷରେ ବାକି ତିନିଟି ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି । ଏହି ମ୍ୟାଚରେ ବି ଖେଳିବେନି କୋହଲି । ବ୍ୟକ୍ତିଗତ କାରଣରୁ ସିରିଜର ଅବଶିଷ୍ଟା ମ୍ୟାଚରେ ନଜର ଆସିବେନି କୋହଲି ।

shreyas iyer - virat

ବିରାଟ କୋହଲି ପୁଣି ଥରେ ନ ଖେଳିବା ଦଳ ପାଇଁ ସମସ୍ୟା ବଡାଇପାରେ । କୋହଲିଙ୍କ ନିଷ୍ପତ୍ତିକୁ ବୋର୍ଡ ସମ୍ପୂର୍ଣ୍ଣ ସମ୍ମାନ ଏବଂ ସମର୍ଥନ କରିଛି । ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲଙ୍କ ଖେଳିବା ନେଇ ମଧ୍ୟ ଦ୍ୱନ୍ଦ ରହିଛି । ଏହି ଦୁଇ ଖେଳାଳିଙ୍କ ଦଳରେ ସାମିଲ ହେବା ସମ୍ଭାବନା ମେଡିକାଲ ଟିମ୍ ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଛି ।

ବାଦ୍ ପଡ଼ିଲେ ଶ୍ରେୟସ ଆୟର

ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ମଧ୍ୟ ବାକି ଟେଷ୍ଟ ପାଇଁ ଦଳରୁ ବାଦ୍ ଦିଆଯାଇଛି । କିଛି ରିପୋର୍ଟ ଅନୁଯାୟୀ, ସେ ଆଘାତ ପାଇଛନ୍ତି । ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ଦଳରେ ସାମିଲ କରାଯାଇଛି । ତଥାପି, ସେମାନଙ୍କର ଅଂଶଗ୍ରହଣ ଫିଟନେସ୍ କ୍ଲିୟରାନ୍ସ ଅଧୀନରେ ରହିବ । ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଫାଷ୍ଟ ବୋଲର ଆକାଶ ଦୀପ ଭାରତ ପାଇଁ ପ୍ରଥମ ଟେଷ୍ଟ କଲ-ଅପ ଅର୍ଜନ କରିଛନ୍ତି ।

ତୃତୀୟ ଟେଷ୍ଟ ଫେବୃଆରୀ 15 ରେ ରେ ରାଜକୋଟରେ ଆରମ୍ଭ ହେବାକୁଥିବା ବେଳେ ଚତୁର୍ଥ ଟେଷ୍ଟ 23 ଫେବୃଆରୀ 2024 ରେ ରାଞ୍ଚିରେ ଆରମ୍ଭ ହେବ । ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମାର୍ଚ୍ଚ 07 ରୁ ଧର୍ମଶାଳାରେ ଖେଳାଯିବ ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜସୱାଲ, ଶୁଭମନ ଗିଲ, କେ.ଏଲ୍ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁଭ ଜୁରେଲ (wk), କେ.ଏସ୍ ଭରତ (wk), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+