Ind Vs Eng: ଆଜି ଠୁ ଆରମ୍ଭ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍, ଜାଣନ୍ତୁ କେମିତି ରହିଛି ଦୁଇ ଦଳର ପ୍ଲେଇଙ୍ଗ୍ 11

Ind Vs Eng: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ । ଫେବୃଆରୀ 2 ରୁ 6 ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ ସ୍ଥିତ ଓ୍ବାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଇଂରାଜୀ ଦଳ 1-୦ରେ ଆଗୁଆ ରହିଛି ।

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି । ସେହିପରି ସ୍ପିନର ଶୋଏବ ବଶିର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ 190 ରନ ପଛରେ ରହିଥିଲେ ହେଁ 28 ରନ୍‌ରେ ଜିତିଥିଲା ।

ind vs eng

ତେବେ 2ୟ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦଳ ନିଜର ପ୍ଲେଇଙ୍ଗ-11 ଘୋଷଣା କରିଛି । ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି ଦଳ । ଅନୁଭବୀ ଜେମ୍ସ ଆଣ୍ଡରସନ୍ ଦଳକୁ ଫେରିଛନ୍ତି । ଆହତ ଥିବା ଜ୍ୟାକ୍ ଲିଚ୍ ଓ ମାର୍କ ଉଡଙ୍କୁ ଦଳରୁ ବାହାର କରାଯାଇଛି । ଉଡ୍‌ଙ୍କ ସ୍ଥାନରେ ସୋଏବ୍ ବସିରଙ୍କୁ ଦଳରେ ସାମିଲ କରାଯାଇଛି ।

ସେହିପରି ଅନ୍ୟପଟେ ଟିମ୍ ଇଣ୍ଡିଆ ମଧ୍ୟ 2 ଟି ପରିବର୍ତ୍ତନ କରିଛି । ଆହତ ଯୋଗୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଏମାନଙ୍କ ସ୍ଥାନରେ ସରଫରଜ୍ ଖାନ୍ ଓ ରଜତ ପାଟିଦାରଙ୍କୁ ସୁଯୋଗ ମିଳିପାରେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଦଳରେ ସାମିଲ୍ କରିପାରେ ଟିମ୍ ମ୍ୟାନେଜମେଣ୍ଟ ।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ । ହେଲେ 2ୟ ଇନିଂସରେ ଇଂଲଣ୍ଡର ଲଢୁଆ ବ୍ୟାଟିଂ ଏବଂ ଟିମ୍‌ ଇଣ୍ଡିଆ ଖରାପ ବୋଲିଂ-ବ୍ୟାଟିଂ ଲାଗି ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଉ ଇଂଲଣ୍ଡ ଟିମ୍‌ 5 ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଶେଷରେ ସିରିଜ୍‌ରେ ୦-1ରେ ଆଗୁଆ ରହିଛି ଇଂଲଣ୍ଡ ଟିମ୍‌ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ୍‌, ଶ୍ରେୟସ ଆୟର, ରଜତ ପଟିଦାର/ସର୍ଫରାଜ ଖାନ୍‌, କେଏସ୍‌ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା, କୁଲଦୀପ ଯାଦବ/ୱାସିଂଟନ୍‌ ସୁନ୍ଦର

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ୍‌ ଡକେଟ୍‌, ଜ୍ୟାକ୍‌ କ୍ରଲି, ଜୋ ରୁଟ୍‌, ଓଲି ପୋପ୍‌, ଜନି ବେୟାରଷ୍ଟୋ, ବେନ୍‌ ଫୋକ୍ସ, ରୋହାନ ଅହମଦ, ‌ଟମ୍‌ ହାର୍ଟଲି, ସୋଏବ୍‌ ବଶିର, ଜେମ୍ସ ଆଣ୍ଡରସନ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+