ଆଜି ଠୁ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍; କୋହଲି, ପୂଜାରା ଓ ଅଜିଙ୍କ୍ୟଙ୍କ ବିନା ଖେଳିବ ଦଳ

Ind Vs Eng: ଭାରତ-ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍‌ ଟେଷ୍ଟ ସିରିଜ ଆଜି ଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯିବ । ସିରିଜ୍ ପାଇଁ ଦଳରେ ବହୁ ଅନୁଭବୀ ଖେଳାଳିଙ୍କ ସହ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଏଥିରେ ଅଧିନାୟକ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ।

sports

ତେବେ ପ୍ରଥମ ଥର ପାଇଁ ଟେଷ୍ଟ୍‌ ବିଶେଷଜ୍ଞ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଖେଳିବାକୁ ଯାଉଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ପ୍ରଶିକ୍ଷଣରେ ଗତ ଦେଢ଼ ବର୍ଷ ମଧ୍ୟରେ ଇଂଲଣ୍ଡ ଦଳରେ ଅନେକ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଇଛି । ବିଶେଷକରି ଆକ୍ରମଣାତ୍ମକ ଖେଳିବା ପାଇଁ ବାଜ୍‌ବଲ୍‌ର ପ୍ରୟୋଗ ଦଳକୁ ସବୁଠୁ ଅଧିକ ସଫଳତା ଦେଇଛି । ତେଣୁ ଏଭଳି ସ୍ଥିତିରେ ଇଂଲଣ୍ଡର ବାଜ୍‌ବଲ୍‌କୁ ଭାରତୀୟ ବ୍ୟାଟର୍‌ କିପରି ସାମ୍ନା କରୁଛନ୍ତି, ତାହା ଦେଖିବାକୁ ହେବ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ୍, ଶ୍ରେୟସ ଆୟର, କେ ଏଲ୍ ରାହୁଲଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିବ । ସେମାନେ ଏବେ ଭଲ ଫର୍ମରେ ଥିବାବେଳେ ଇଂଲଣ୍ଡର ବୋଲିଂ ସାମ୍ନାରେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ତେବେ ପ୍ରଥମ ଦୁଇଟି ଟେଷ୍ଟରେ ଖେଳିବେନି ବିରାଟ କୋହଲୀ । ସେ ବ୍ୟକ୍ତିଗତ କାରଣରୁ ଦଳରୁ ଓହରିଛନ୍ତି ।

ସେହିପରି ଟିମ୍ ଇଣ୍ଡିଆର ବୋଲିଂ ସ୍କ୍ୱାଡରେ ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି । ଏହାସହ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ମୁକେଶ କୁମାର ଓ ଆଭେସ ଖାନଙ୍କ ପେସ ବୋଲିଂ ଇଂଲଣ୍ଡର ବ୍ୟାଟିଂ ଲାଇନଅପ୍ ଉପରେ ଚାପ ପକାଇବାର ସମ୍ଭାବନା ରହିଛି, ଯାହା ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା ।

ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଆଶାବାଦୀ ଅଛନ୍ତି । ଶୃଙ୍ଖଳାରେ ପ୍ରତ୍ୟେକ ମ୍ୟାଚର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ସେହି ଅନୁଯାୟୀ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ଭାରତ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ସହ 5ଟି ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ହେଉଥିବା ବେଳେ ଅନ୍ୟ ମ୍ୟାଚଗୁଡ଼ିକ ବିଶାଖାପାଟଣା, ରାଜକୋଟ, ରାଞ୍ଚି ଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯିବ । ମାର୍ଚ୍ଚ 11 ତାରିଖରେ ଟେଷ୍ଟ ସିରିଜ୍ ସରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+