Ind Vs Eng Test Match: ଆଜି ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ, 4-1 ଲକ୍ଷ୍ୟରେ ଭାରତ

Ind Vs Eng Test Match: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହେବ । 5 ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ । ସିରିଜକୁ ଭାରତ 3-1 ରେ ଜିତି ସାରିଥିବାବେଳେ ଶେଷ ଟେଷ୍ଟ ମ୍ୟାଚ୍ ଜିତି 4-1 ରେ ରହିବାକୁ ଲକ୍ଷ୍ୟ ରଖିଛି ଭାରତ ।

ind vs eng

ଧର୍ମଶାଳାରେ ବିଜୟ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଂଟ ଟେବୁଲରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବ । ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟକୁ 28 ରନରେ ଜିତିନେବା ପରେ ପରବର୍ତ୍ତୀ 3ଟି ଟେଷ୍ଟରେ କ୍ରମାଗତ ପରାଜିତ ହୋଇଥିଲା । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରଥମ ସ୍ଥାନ ବଜାୟ ରଖିବାଲାଗି ଏହି ମ୍ୟାଚ୍ ଜିତିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ ।

ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି । ସେହିପରି ଦେବଦତ୍ତ ପାଡିକଲ, ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପଙ୍କୁ ଦଳରେ ସ୍ଥାନ ମିଳିଛି । ଏହାସହ ଯଶପ୍ରୀତ ବୁମରା ଦଳର ଉପଅଧିନାୟକ ଦାୟିତ୍ଵ ତୁଲାଇବେ । କେଏଲ ରାହୁଲ ଆହତ ଥିବା କାରଣରୁ ତାଙ୍କୁ ବାଦ ଦିଆଯାଇଛି । ଅନ୍ୟପଟେ ୱାସିଂଟନ ସୁନ୍ଦର ତାମିଲନାଡୁ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବେ । ଏଥିପାଇଁ ତାଙ୍କୁ ଦଳରୁ ରିଲିଜ କରାଯାଇଛି । ସେପଟେ ଇଂଲଣ୍ଡ ମଧ୍ୟ ସମ୍ମାନ ବଞ୍ଚାଇବା ପାଇଁ ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚରେ ଦଳ ପାଇଁ ସଂକଟମୋଚକ ସାଜିଥିବା ଖେଳାଳି ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି ।

ବିରାଟ କୋହଲି ଓ କେଏଲ୍‌ ରାହୁଲ୍‌ଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି । ଯୁବତାରକା ଯଶସ୍ବୀ ଜୟସ୍ବାଲ୍‌ଙ୍କ ଆତ୍ମବିଶ୍ବାସ ମଧ୍ୟ ଉଚ୍ଚରେ ରହିଛି । ସେପଟେ କ୍ରମାଗତ ଭାବେ ବିଫଳ ହୋଇଆସୁଥିବା ରଜତ ପଟିଦାର କିମ୍ବା ଯୁବ ତାରକା ଦେବଦତ୍ତ ପଡ଼ିକଲଙ୍କ ଭିତରୁ କାହାକୁ ଖେଳାଇବେ, ସେହି ଦ୍ବନ୍ଦ୍ବରେ ରୋହିତ ରହିଛନ୍ତି ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ରଜତ ପଟିଦାର, ରବୀନ୍ଦ୍ର ଜାଡ଼େଜା, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ/ଆକାଶ ଦୀପ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା

ଇଂଲଣ୍ଡ ଏକାଦଶ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ବେନ୍‌ ଫୋକ୍ସ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ୍‌ ବଶିର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+