Get Updates
Get notified of breaking news, exclusive insights, and must-see stories!

ଭାରତକୁ ହରାଇଲା ମ୍ୟାକ୍ସୱେଲଙ୍କ ଧୁଆଁଧାର ବ୍ୟାଟିଂ ଓ ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ

Ind Vs Aus: ବିଶ୍ୱକପ୍ ଫାଇନାଲ ପରେ ପୁଣି ଟି-20 ରେ କଙ୍ଗାରୁ ଦଳ ଠାରୁ ଲଜ୍ଜାଜନକ ପରାଜୟ ପାଇଛି ଭାରତ । ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ଟି-20 ସିରିଜରେ କଙ୍ଗାରୁ ଦଳ ଗତକାଲି ଭାରତକୁ 5 ୱିକେଟରେ ହରାଇଛି । ଏହା ସହ ସରିଜକୁ ବର୍ତ୍ତମାନ 2-1 ସ୍ଥିତିରେ ପହଞ୍ଚାଇଛି । ବର୍ତ୍ତମାନ ସୁଦ୍ଧା ଭାରତ 2 ଟି ମ୍ୟାଚ୍ ଜିତି ଥିବାବେଳେ ଗତକାଲି ମ୍ୟାଚ୍ ଭାରତ ହାତଚରୁ ଛଡ଼ାଇ ନେଇଥିଲା କଙ୍ଗାରୁ ଦଳ ।

Ind vs aus

ଭାରତ ପକ୍ଷରୁ ଋତୁରାଜ ଗାଏକ୍ବାଡ 52 ବଲରେ ଶତକକୁ ଫିକା ପକାଇଦେଲା ମ୍ୟାକ୍ସୱେଲଙ୍କ ୪47 ବଲ୍‌ ଶତକ । ଭାରତର 223 ବିଜୟ ଲକ୍ଷ୍ୟକୁ ଶେଷ ବଲରେ ଛକା ମାରି ମ୍ୟାଚ୍ ହାତେଇନେଇଥିଲା ଅଷ୍ଟ୍ରେଲିଆ ।

ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ଯଶସ୍ବୀ ଜୟସ୍ବାଲ ଓ ଈଶାନ କିଶନ ବିଶେଷ ପ୍ରଦର୍ଶ କରିପାରିନଥିଲେ । ସୂର୍ଯ୍ୟକୁମାର ଯାଦବ 29 ବଲ୍‌ରୁ 39 ରନ୍‌ କରି ଆଉଟ୍ ହୋଇଥିଲେ । ଋତୁରାଜ ଗାଏକ୍ବାଡ ଶେଷ 10 ଓଭରରେ ଧୂଆଁଧାର ବ୍ୟାଟିଂ କରି ଭାରତକୁ କ୍ରମାଗତ ତୃତୀୟ ମ୍ୟାଚ୍‌ରେ 200 ଅତିକ୍ରମ କରାଇଥିଲେ । ତିଳକ ବର୍ମାଙ୍କୁ ସାଥୀ କରି ଗାଏକ୍ବାଡ ଅତୁଟ ଚତୁର୍ଥ ୱିକେଟ୍ ପାଇଁ ମାତ୍ର 9.4 ଓଭରରେ 121 ରନ୍‌ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା ।

ଗାଏକ୍ବାଡ୍‌ 32 ବଲ୍‌ରୁ 50 ଏବଂ 52 ବଲ୍‌ରୁ 100 ରନ୍‌ ଅତିକ୍ରମ କରି ଖେଳ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । କିନ୍ତୁ କଙ୍ଗାରୁ ଦଳର ଗ୍ଲେନ୍ ମ୍ୟାକ୍ସୱେଲ୍ 48 ବଲ୍‌ରୁ ଅପରାଜିତ 104 ଏବଂ ଅଧିନାୟକ ମାଥ୍ୟୁ ୱେଡ୍‌ 16 ବଲ୍‌ରୁ ଅପରାଜିତ 28 କରି 40 ବଲ୍‌ରୁ 91 ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ । ଶେଷ 2 ଓଭରରୁ 43 ରନ୍ ଆବଶ୍ୟକ ପଡ଼ିଥିବାବେ‌ଳେ ଅକ୍ଷର ପଟେଲ୍ (22 ରନ୍) ଏବଂ ପ୍ରସିଦ୍ଧ କୃଷ୍ଣ (21 ରନ୍) ଦେଇ ଅଷ୍ଟ୍ରେଲିଆ ହାତକୁ ମ୍ୟାଚ୍ ଟେକି ଦେଇଥିଲେ । ଶେଷ ଓଭରରେ 21 ରନ୍ କରି ଜିତିବାରେ ଅଷ୍ଟ୍ରେଲିଆ ମଧ୍ୟ ରେକର୍ଡ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+