ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-20 ମ୍ୟାଚ୍, ଖେଳିବେନି କୋହଲି
IND Vs AFG: ଟି-20 ବିଶ୍ୱକପ୍ ପୂର୍ବକୁ ଏହି ସର୍ଟ ଫର୍ମାଟରେ ଆଜି ପ୍ରଥମ ମ୍ୟାଚ୍ ଖେଳିବେ ଭାରତ-ଆଫଗାନିସ୍ତାନ । ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-20 ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ । ମୋହାଲି ରେ ଏହି ମ୍ୟାଚ୍ କେଳାଯିବ । ସନ୍ଧ୍ୟା 7 ଟାରେ ମ୍ୟାଚ୍ ଆରମ୍ଭ ହେବ ।

ପ୍ରାୟ 14 ମାସ ପରେ ଟି-20 ଫର୍ମାଟ୍କୁ ଫେରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି । କିନ୍ତୁ ଆଜିର ମ୍ୟାଚ୍ ରୁ ବାଦ୍ ପଡ଼ିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ କୋହଲି ପ୍ରଥମ ମ୍ୟାଚ୍ରେ ଖେଳିବେନି । କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ସେ ଖେଳିବେ । ଭାରତ ପକ୍ଷରୁ ଯଶସ୍ୱୀ ଏବଂ ରୋହିତ ଇନିଂସ ଆରମ୍ଭ କରିବେ । ପୂର୍ବରୁ ରୋହିତ ଓ ବିରାଟ ଟ୍ବେଣ୍ଟି-20 ବିଶ୍ୱକପ୍ ସେମିଫାଇନାଲ୍ରେ ଶେଷଥର ପାଇଁ ଖେଳିଥିଲେ । କିନ୍ତୁ ଆଗକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍କୁ ଦୃଷ୍ଟିରେ ରଖି ଏହି ଦୁଇ ବରିଷ୍ଠ କ୍ରିକେଟର୍ଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଏହି ସିରଜରେ ଖେଳାଳିଙ୍କ ପ୍ରଦର୍ଶନ ହିଁ ବିଶ୍ୱକପ୍ ପାଇଁ ଦଳର ଚିତ୍ର ସ୍ପଷ୍ଟ କରିପାରିବ । ତଥାପି ଆଇପିଏଲ୍ ପ୍ରଦର୍ଶନ ଉପରେ ଚୂଡ଼ାନ୍ତ 15 ଜଣିଆ ଦଳ ଚୟନ ନିର୍ଭର କରୁଛି ।
ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଜଳରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର ରସିଦ ଖାନ୍ । ତାଙ୍କ ବିନା ଭାରତ ବିପକ୍ଷରେ ଖେଳିବ ଦଳ । ପ୍ରାଥମିକ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଦଳରେ ରସିଦଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ବିଶ୍ବକପ୍ ପୂର୍ବରୁ ତାଙ୍କ ଉପରେ ଅଧିକ ଚାପ ନଦେବାକୁ ଆଫଗାନିସ୍ତାନ ବୋର୍ଡ ଚାହୁଛି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ୍, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା, ଅକ୍ଷର ପଟେଲ, ରବି ବିଷ୍ଣୋଇ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆୱେସ ଖାନ୍, ମୁକେଶ କୁମାର।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଈବ୍ରାହିମ୍ ଜଦ୍ରାନ୍, ଅଜମାତୁଲ୍ଲା ଓମରଜାଇ, ରହମାନୁଲ୍ଲା ଗୁରବାଜ, କରିମ ଜନତ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ନବୀନ ଉଲ୍ ହକ୍, ଗୁଲବଦିନ୍ ନଇବ, ଫଜଲହକ୍ ଫାରୁକି, ମୁଜିବ ଉର ରହମାନ, ହଜରାତୁଲ୍ଲା ଜଜାଇ।












Click it and Unblock the Notifications