Get Updates
Get notified of breaking news, exclusive insights, and must-see stories!

ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ, ଆଜି ଆଫଗାନିସ୍ତାନ ବିପକ୍ଷରେ ଖେଳିବ ତୃତୀୟ ଟି-20

Ind Vs Afg: ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ଟି-20 ସିରିଜର ସମସ୍ତ ମାଚ୍ ଜିତିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ ହାତେଇସାରିଥିଲେ ମଧ୍ୟ ତୃତୀୟ ମ୍ୟାଚ୍ ଜିତି ଭାରତ ମୂଳପୋଛ ଲକ୍ଷ୍ୟରେ ରହିଛି । ବାଙ୍ଗାଲୋରରେ ଆଜି ମ୍ୟାଚ୍ ଖେଳାଯିବ । ଟି-20 ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହା ଶେଷ ଟି-20 ମ୍ୟାଚ, ତେଣୁ ଏହି ଶେଷ ମ୍ୟାଚରେ ଦଳ ପକ୍ଷରୁ ପରୀକ୍ଷାମୂଳକ ନିଷ୍ପତ୍ତି ନିଆଯାଇପାରେ ।

Ind Vs Afg

ବିଶ୍ବକପ୍‌କୁ ଆହୁରି 5 ମାସ ସମୟ ଅଛି। କିନ୍ତୁ ଏହି ମ୍ୟାଚ୍‌ ପରେ ଆଇପିଏଲ୍‌ ଖେଳାଯିବାକୁ ଥିବାରୁ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବାକୁ ହେଲେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ବ ବହନ କରୁଛି । ଶେଷ ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌, କୁଲଦୀପ ଯାଦବ ଓ ଆୱେସ ଖାନ୍‌ଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ଖେଳାଇ ପାରନ୍ତି । ଗତ ମ୍ୟାଚ୍‌ରେ 200 ଟ୍ବେଣ୍ଟି-20 ୱିକେଟ୍‌ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚ୍‌ରେ ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଚାହିବେ । ତାଙ୍କର ଅଲ୍‌ରାଉଣ୍ଡର ‌ଭୂମିକା ଭାରତୀୟ ଦଳକୁ ସବୁବେଳେ ଫାଇଦା ଦେଉଛି । ତାଙ୍କୁ ଅନ୍ୟ ପଟରୁ ଯୁବ ବୋଲର ରବି ବିଷ୍ଣୋଇ ସହାୟତା ଦେଉଥିଲା ବେଳେ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବାରେ ସେ ପାରଙ୍ଗମ ହେଲେଣି । ଏହାସତ୍ତ୍ବେ ବୁଧବାର ବିଷ୍ଣୋଇ କିମ୍ବା ୱାସିଂଟନ୍‌ ସୁନ୍ଦରଙ୍କୁ ବିଶ୍ରାମ ଦିଆଯିବା ସମ୍ଭାବନା ରହିଥିଲା ବେଳେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇପାରେ । ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନ୍‌ଙ୍କୁ ସୁଯୋଗ ମିଳିପାରେ । ୱିକେଟ୍‌ରକ୍ଷକ ଜିତେଶ ଶର୍ମା ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳଠୁ ଖେଳି ଆସୁଛନ୍ତି । ଯଦି ସଞ୍ଜୁଙ୍କୁ ଖେଳାଇବା ଆବଶ୍ୟକତା ହୁଏ, ତାହେଲେ ଜିତେଶଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଏସବୁ ବାଦ୍‌ ଭାରତୀୟ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ଥିଲେ ମଧ୍ୟ ଅଧିନାୟକ ରୋହିତ ଦୁଇଟି ପାଳିରେ ଖାତା ଖୋଲି ନପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏହା ତାଙ୍କ ଦକ୍ଷତାର ମାପକାଠି ନୁହେଁ, ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ର ଗର୍ଜନକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଅପରପକ୍ଷେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରି ଆସୁଛନ୍ତି । ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ଆଫଗାନିସ୍ତାନ ।

ସମ୍ଭାବ୍ୟ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟରକ୍ଷକ), ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାସିଂଟନ୍‌ ସୁନ୍ଦର, ଅର୍ଶଦୀପ ସିଂହ, ଆୱେଶ ଖାନ୍‌/ରବି ବିଷ୍ଣୋଇ/କୁଲଦୀପ ଯାଦବ, ମୁକେଶ କୁମାର।

ସମ୍ଭାବ୍ୟ ଆଫଗାନିସ୍ତାନ ଦଳ:

ରହମନୁଲ୍ଲା ଗୁରବାଜ୍‌ (ୱିକେଟରକ୍ଷକ), ଇବ୍ରାହିମ୍‌ ଜଦ୍ରାନ୍‌ (ଅଧିନାୟକ), ଗୁଲବଦିନ ନାଏବ, ଅଜମାତୁଲ୍ଲା ଓମାରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ୍‌, କରିମ ଜନତ, ମୁଜୀବ ଉର ରହମାନ, ନୂର ଅହମଦ/କ୍ବାଇସ ଅହମଦ, ନବୀନ ଉଲ ହକ୍‌, ଫଜଲହକ୍‌ ଫାରୁକି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+