ଦ୍ୱିତୀୟ ସୁପର ଓଭରରେ ସିରିଜ କ୍ଲିନ୍ ସୁଇପ୍ କଲା ଭାରତ
IND Vs AFG: ଗୋଟିଏ ମ୍ୟାଚରେ ଦୁଇ ଦୁଇ ଥର ସୁପର ଓଭର । ପ୍ରଥମ ମ୍ୟାଚ୍ ଟାଇ ହେବା ପରେ ହେଲା ସୁପର ଓଭର । ପ୍ରଥମ ସୁପର ଓଭର ମଧ୍ୟ ଅମୀମାଂସିତ ରହିବାରୁ ପୁଣି ଖେଳାଗଲା ଦ୍ୱିତୀୟ ସୁପର ଓଭର । ଏମିତି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି ଭାରତ- ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚରେ ।

ତୃତୀୟ ଟି-20 ମ୍ୟାଚରେ ଦ୍ୱିତୀୟ ସୁପର ଓଭରରେ ବାଜି ମାରି ନେଇଛି ଭାରତ । ଏହି ମ୍ୟାଚରେ ଦ୍ୱିତୀୟ ସୁପର ଓଭରରେ 2 ଟି ୱିକେଟ ନେଇ ହିରୋ ବନିଛନ୍ତି ରବି ବିଷ୍ଣୋଇ ।
ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ହାଇସ୍କୋରିଂ ଟି-20 ମୁକାବିଲାରେ ଭାରତ ବ୍ୟାଟରଙ୍କ ପରି ଆଫଗାନିସ୍ତାନ ବ୍ୟାଟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ । କିନ୍ତୁ ଶେଷରେ ପରାଜିତ ହୋଇଥିଲେ । ଶେଷରେ ରୋମାଞ୍ଚକର ଟି-20 କୁ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳାରେ କ୍ଲିନ୍ ସୁଇପ୍ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ରୋହିତ ଶର୍ମାଙ୍କ 121 ରନ ଓ ରିଙ୍କୁ ସିଂଙ୍କ 69 ରନ ବଳରେ 4 ଓ୍ଵିକେଟ୍ ହରାଇ 212 ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ଭଲ ବ୍ୟାଟିଂ କରି ରେହମନତୁଲ୍ଲାଙ୍କ 50 ରନ, ଇବ୍ରାହିମ ଜଦ୍ରାନଙ୍କ 50 ଓ ଗୁଲବଦି ନାଏବଙ୍କ ଅପରାଜିତ 55 ରନ ବଳରେ 212 ରନ କରି ମ୍ୟାଚ୍କୁ ଟାଇ କରିଥିଲା ।
ତେବେ ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ 16 ରନ୍ କରିଥିଲା । ଆଉ ଭାରତ ସମାନ 16 ରନ କରି ମ୍ୟାଚ୍ ଟାଇ କରିଦେଇଥିଲା । ପୁଣି ଦ୍ଵିତୀୟ ସୁପର ଓଭରରେ ଭାରତ ମାତ୍ର 11 ରନ କରିଥିଲେ ହେଁ ଆଫଗାନିସ୍ତାନ ହାସଲ କରି ପାରି ନ ଥିଲା । ରବି ବିଷ୍ଣୋଇ ଦ୍ଵିତୀୟ ସୁପର ଓଭର ବୋଲିଂ କରି ମହମ୍ମଦ ନବି ଓ ଗୁରବାଜଙ୍କୁ ଆଉଟ୍ କରି ଭାରତକୁ ବହୁ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ ଦେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications