IND Vs AFG: ପ୍ରଥମ ଟି-20 ରେ 6 ୱିକେଟରେ ଆଫଗାନିସ୍ତାନକୁ ହରାଇଲା ଭାରତ
IND Vs AFG: ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ । ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ 5 ୱିକେଟ୍ ହରାଇ 158 ରନ୍ କରିଥିଲା । ଏହାର ଜବାବରେ 159 ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ 18 ଓଭରରେ 4 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି ।

ଗତକାଲିର ଏହି ମ୍ୟାଚରେ ଶିବମ ଦୁବେ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି-20 ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ନିଜର ଶ୍ରେଷ୍ଠ ଟି-20 ଅନ୍ତର୍ଜାତୀୟ ସ୍କୋର ମଧ୍ୟ ଏହି ମ୍ୟାଚରେ କରିଛନ୍ତି । ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ 60 ରନ କରିଥିବାବେଳେ ଜିତେଶ ଶର୍ମା 31 ରନ କରିଥିଲେ । ସେହିପରି ତିଳକ ବର୍ମା 26 ରନ କରିଥିବାବେଳେ ଶୁଭମନ ଗିଲ୍ 23ରନ କରିଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ 51 ରନ କରିଥିଲେ । ତେବେ ଗୁରୁବାଜ 23 ରନ ଓ ଜଦରାନ 25 ରନରେ ଆଉଟ ହୋଇଥିଲେ । ସେହିପରି ମହମ୍ମଦ ନବି 42 ରନ ଓ ଅଜମାତୁଲ୍ଲା 29 ରନ କରିଥିଲେ । ନଜିବୁଲ୍ଲା ଜଦରାନ 19 ରନ କରିଥିଲେ । ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ବିକେଟ ହରାଇ 158 ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର 2 ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ସିରିଜରେ ମୋଟ 3 ଟି ଟି-20 ମ୍ୟାଚ ଖେଳାଯିବ । 2ୟ ଟି-20 ଆସନ୍ତା 14 ତାରିଖ ରବିବାର ଦିନ ଇନ୍ଦୋରଠାରେ ଓ ତୃତୀୟ ଟି-20 17 ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications