Ind Vs BAN: ଗର୍ଜିଲା କୋହଲିଙ୍କ ବ୍ୟାଟ୍, ବାଂଲାଦେଶ ବିପକ୍ଷରେ ଭାରତର ବିଜୟ
Ind Vs BAN: କ୍ରିକେଟ୍ ବିଶ୍ୱକପ୍ 2023 ରେ ବିଜୟଧାରା ବଜାୟ ରଖିଲା ଭାରତ । ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ରୋହିତ୍ ବାହିନୀ । ଆଜି ବାଂଲାଗଦେଶ ବିପକ୍ଷରେ ଖେଳାଯାଇଥିବା 17ତମ ମ୍ୟାଚରେ 7 ୱିକେଟ୍ ରେ ବିଜୟ ହାସଲ କରିଛି ଭାରତ ।
ଆଜି ମ୍ୟାଚରେ୍ ବିରାଟ କୋହଲିଙ୍କ ବ୍ୟାଟ୍ ଗର୍ଜିଛି । ଶତକ ହାସଲ କରିବା ସହ ଛକା ମାରି ଭାରତକୁ ବିଜୟୀ କରିଛନ୍ତି କୋହଲି । ଏହା ସହ ଶୁବମନ୍ ଗିଲ୍ 53 ଓ ରୋହିତଙ୍କ 48 ରନ୍ ବାରତର ବିଜୟକୁ ଆହୁରି ସହଜ କରି ଦେଇଥିଲା ।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର୍ ବ୍ୟାଟ୍ସମ୍ୟାନ୍ ତାଞ୍ଜିଦ୍ ଏବଂ ଲିଟନ୍ ଦାସ ଏକାଠି ଭଲ ବ୍ୟାଟିଂ କରିଥିଲେ । 93 ରନ୍ ସ୍କୋର ପର୍ଯ୍ୟନ୍ତ ବାଂଲାଦେଶ କୌଣସି ୱିକେଟ୍ ହରାଇ ନଥିଲା ।
ଭାରତୀୟ ଦଳକୁ ତାଞ୍ଜୀଦ ଆକାରରେ ପ୍ରଥମ ୱିକେଟ୍ ପାଇଥିଲା । କୁଲଦୀପ ଯାଦବଙ୍କ ବଲରେ 51 ରନ୍ ସ୍କୋର କରିବା ପରେ ସେ ଆଉଟ୍ ହୋଇଥିଲେ । ତାଙ୍କ ପରେ ଆସିଥିବା ଶାନ୍ତୋ 8 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବା ଜାଡେଜାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପରେ ମେହେଦି ହାସନ ମିରାଜ 3 ରନ୍ ସଂଗ୍ରହ କରି ସିରାଜଙ୍କ ଶିକାର ହୋଇଥିଲେ । ଅର୍ଦ୍ଧଶତକ ହାସଲ କରିବା ସହ ଲିଟନ୍ ଦାସ ବ୍ୟକ୍ତିଗତ ସ୍କୋର 66 ରନରେ ଆଉଟ୍ ହୋଇଥିଲେ ।
257 ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ବ୍ୟାଟିଂ ପ୍ରଥମରୁ ସେତେଟା ଭଲ ନଥିଲା । ଦଳର ସ୍କୋର 88 ରନ୍ ହୋଇଥିବା ବେଳେ ରୋହିତ ଶର୍ମା ବ୍ୟକ୍ତିଗତ 48 ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ପଡ଼ିଆକୁ ଓହ୍ଲାଇଥିଲେ ବିରାଟ କୋହଲି । କୋହଲି ଏବଂ ଶୁବମନ୍ ଙ୍କ ଯୋଡ଼ି ଦଳର ସ୍କୋରକୁ 132 ରେ ପହଞ୍ଚାଇବା ପରେ ଶୁବମନ୍ ଙ୍କୁ 53 ରନ୍ କରି ପାଭିଲିଅନ୍ କୁ ଫେରିବାକୁ ପଡ଼ିଥିଲା । ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ସହ 6 ଟି ଚୌକା ଓ 4 ଟି ଛକା ବଳରେ 97 ବଲରେ 103 ରନ୍ କରିଥିଲେ । ଏହା ସହ ଭାରତକୁ ବିଜୟୀ କରି କ୍ରିକେଟ୍ ପ୍ରେମୀଙ୍କୁ ଦେଇଥିଲେ ଦଶହରା ଭେଟି ।












Click it and Unblock the Notifications